Friday, November 6, 2026
ADVERTISEMENT
Home ରାଜ୍ୟ ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ତରଫରୁ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା...

ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ତରଫରୁ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ

457
ADVERTISEMENT

ଭୁବନେଶ୍ୱର,୨୭।୧୨(ଡି.ଏଚ) : ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡିଶା ତରଫରୁ କଟକ ଶହୀଦ ଭବନ ଠାରେ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମ୍ବର୍ଦ୍ଧନା ଉତ୍ସବରେ ମାନ୍ୟବର ନ୍ୟାୟମୂର୍ତ୍ତି ଏସ ଏସ ନାଇଡୁ ପୂର୍ବତନ ବିଚାରପତି ହାଇକୋର୍ଟ ଓଡିଶା ମୂଖ୍ୟ ଅତିଥି ଭାବରେ ଯୋଗଦେଇ କଳାକାର ମାନଙ୍କର ଜୀବନ ଜୀବିକା ତଥା ହକ ଅଧିକାର ବିଷୟରେ ଆଲୋକପାତ କରି ଥିବା ବେଳେ ପୂର୍ବତନ ସାଂସଦ ତଥା ସାହିତ୍ୟିକ ଡଃ ପ୍ରଶନ୍ନ ପାଟ୍ଟଶାହାଣୀ ମୂଖ୍ୟ ବକ୍ତା ଭାବେ ମଞ୍ଚାସୀନ ହୋଇ କଳା ସଂସ୍କୃତି ସାହିତ୍ୟ ସଂପର୍କ ରେ ବିସ୍ତୃତ ଭାବରେ ଉପସ୍ଥାପନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅଶୋକ କୁମାର ମିଶ୍ର ସାମାଜିକ ସୁରକ୍ଷା ଅଧିକରୀ , ଡଃ ସଚ୍ଚି ରାୟ ପୂର୍ବତନ ସଂପାଦକ ସମାଜ ପ୍ରମୁଖ ଯୋଗ ଦେଇ ରାଜ୍ୟ ର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ କବି, କଳାକାର, ସ୍ବେଛ୍ଛାସେବୀ ଓ କ୍ରୀଡାବିତ ମାନଙ୍କୁ ପୁଷ୍ପଗୁଛ୍ଛ ଉପ ଡୌକନ ,ମାନପତ୍ର ଏବଂ ଏକ ଲକ୍ଷ ଟଙ୍କାର ବୀମାରାଶି ସହଯୋଗ ପ୍ରଦାନ କରିଥିଲେ। ବରଗଡ ଜିଲ୍ଲାରୁ ଚାରି ଜଣ ପ୍ରତିଭାବାନ ବ୍ୟକ୍ତିତ୍ବ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପାଇକମାଲ ବ୍ଲକ ସରେଇକେଲା ଗ୍ରାମର ଗୌରାଙ୍ଗ ଚରଣ ବେହେରାଙ୍କୁ ହାରମୋନିୟମ ବାଦକ ଭାବେ ଏବଂ ଝାରବନ୍ଧ ବ୍ଲକ ଚଣ୍ଡିଭଟା ଗ୍ରାମ ପଞ୍ଚାୟତର ଜାମପାଲି ଗ୍ରାମର ମୋତିଲାଲ ବାଗଙ୍କୁ ଲୋକଗୀତ କଳାକାର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଝାରବନ୍ଧ ବ୍ଲକ କୁରମା ଗ୍ରାମର ବ୍ରଜମୋହନ ପ୍ରଧାନଙ୍କୁ ନାଟ୍ୟକାର ଏବଂ ବରଗଡର ଜଣାଶୁଣା ଆଇନଜୀବି ଆଶୁତୋଷ ରଥଙ୍କୁ କଳାକାର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । କଳା ଭୂଷଣ ପ୍ରଶାନ୍ତ କୁମାର କର ସମ୍ବର୍ଦ୍ଧନା ଉତ୍ସବ ପରିଚାଳନା କରିଥିଲେ ।

Advertisement