ନୃସିଂହନାଥ ଜଙ୍ଗଲରେ ଆରଣ୍ୟକ ଗପ ଆସର

492
ADVERTISEMENT

ବରଗଡ଼,୨୭।୧୨(ଡି.ଏଚ/କୁଞ୍ଜ ବିହାରି ସାହୁ ) : ପଦ୍ମପୁର ଉପଖଣ୍ଡ ପାଇକମାଳ ସ୍ଥିତ ନୃସିଂହନାଥ ଜଙ୍ଗଲ ମଧ୍ୟରେ ଆରଣ୍ୟକ ଗପ ଆସର ଅନୁଷ୍ଠିତ ହୋଇଥିଲା। ଉକ୍ତ ଗପ ଆସରରେ ଓଡିଶା ତଥା ଓଡିଶା ବାହାରୁ ଅନେକ ଗାଳ୍ପିକ ଯୋଗଦାନ କରି ସ୍ବରଚିତ ଗଳ୍ପ ପାଠ କରିଥିଲେ। ପଦ୍ମ ଶ୍ରୀ ହଳଧର ନାଗ, ବୀଙ୍ଗ କବି ମନୋ ରଞ୍ଜନ ସାହୁ, କୃଷ୍ଣୀ ଚନ୍ଦ୍ର ଭୋଇ ଯୋଗଦାନ କରି ନୂତନ ତଥା ପ୍ରବୀଣ କଥାକାର ମାନଙ୍କ ଉତ୍ସାହିତ କରିଥିଲେ। ଜଙ୍ଗଲ ମଧ୍ୟରେ ଗପପାଠ, ସମୀକ୍ଷା, ଆଲୋଚନା ସାହିତ୍ୟକୁ ନୁତନ ଦିଗ ଦର୍ଶନ ଦେବ ବୋଲି ସାହିତ୍ୟିକ ମାନେ ମତବ୍ୟକ୍ତ କରିଥିଲେ। ଖ୍ଯାତିମାୟ ତ୍ରିପାଠୀ, ଅଶୋକ ପୂଜାରୀ, ବିନୋଦ ବିହାରୀ ବିଶ୍ବାଳ, ଭେମାଙ୍ଗୀନୀ ଦାଶ, କ୍ଷୀରଜିନୀ ବେହେରା, ଜୟଶ୍ରୀ ସାହୁ ପ୍ରମୁଖ ଗପପାଠ କରିଥିଲେ। ଚିନ୍କୟ ସାହୁ, ଝରଣା ପ୍ରଧାନ, ବିଶ୍ବନାଥ ସାହୁ ଗଳ୍ପ ଗୁଡିକର ସମୀକ୍ଷା କରିଥିଲେ। ଆଲୋଚନା କରିଥିଲେ ବିଶ୍ବନାଥ ସେଠି । ଅଧ୍ୟାପକ ସନ୍ତୋଷ ସିଂହ ଠାକୁର ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଜୟ ପ୍ରଧାନ କାର୍ଯ୍ୟକ୍ରମର ରୂପରେଖ ଏବଂ ପରିକଳ୍ପନା ତଥା ତତ୍ତ୍ବାବଧାରକ ଦାୟିତ୍ବ ନିର୍ବାହ କରିଥିଲେ ।

Advertisement