ଖୁବ୍‌ ଶୀଘ୍ର ପ୍ରଣୟନ ହେବ ‘ଚିପ୍‌’ ଆଧାରିତ ଇ-ପାସ୍‌ପୋର୍ଟ: ଏସ୍‌.ଜୟଶଙ୍କର

209
ADVERTISEMENT

ନୂଆଦିଲ୍ଲୀ, ୨୪/୬(ଡି.ଏଚ.ବି): ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଆଜି ଘୋଷଣା କରିଛନ୍ତି ଯେ, ନୂତନ ଇ- ପାସ୍‌ପୋର୍ଟ ବ୍ୟବସ୍ଥା ସମଗ୍ର ଦେଶରେ ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ କରାଯିବ। ଏହି ନୂତନ ଇ- ପାସ୍‌ପୋର୍ଟ ‘ଚିପ୍‌’ ସମ୍ବଳିତ ହେବାସହ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଏହା ଶତ ପ୍ରତିଶତ ନିରାପଦ ମଧ୍ୟ ରହିବ।

ସପ୍ତମ ପାସ୍‌ପୋର୍ଟ ସେବା ଦିବସ ପାଳନ ଅବସରରେ ପ୍ରସ୍ତାବିତ ନୂତନ ଇ- ପାସପୋର୍ଟ ସଂପର୍କରେ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର କହିଛନ୍ତି ଯେ, ଇତିମଧ୍ୟରେ ‘ଇଣ୍ଡିଆ ସିକ୍ୟୁରିଟି ପ୍ରେସ୍‌’ ସହ ପ୍ରାଥମିକ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଥିବାବେଳେ ‘ଚିପ୍‌’ ଆଧାରିତ ଇ-ପାସ୍‌ପୋର୍ଟ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ‘ଚିପ୍‌’ ଆଧାରିତ ଇ-ପାସ୍‌ପୋର୍ଟ ପ୍ରଣୟନ ହୋଇଗଲେ ଆଉ ପାସ୍‌ପୋର୍ଟ ଧାରୀମାନଙ୍କୁ ପାସ୍‌ପୋର୍ଟ ବହି ନେବାକୁ ପଡ଼ିବ ନାହିଁ। ବରଂ ସେମାନଙ୍କର ସମସ୍ତ ତଥ୍ୟ ଇ- ପାସ୍‌ପୋର୍ଟର ଚିପ୍‌ ମଧ୍ୟରେ ହିଁ ସୁରକ୍ଷିତ ହୋଇ ରହିବ।

Advertisement