Tuesday, September 8, 2026
ADVERTISEMENT
Home ମୁଖ୍ୟ ଖବର ସ୍ନାନମଣ୍ଡପରେ ବିଶୃଙ୍ଖଳା: ୨ ସେବାୟତ ସେବାରୁ ନିଲମ୍ବିତ

ସ୍ନାନମଣ୍ଡପରେ ବିଶୃଙ୍ଖଳା: ୨ ସେବାୟତ ସେବାରୁ ନିଲମ୍ବିତ

295
ADVERTISEMENT

ପୁରୀ, ୨୪/୬(ଡି.ଏଚ.ବି): ସ୍ନାନଯାତ୍ରାରେ ବିଶୃଙ୍ଖଳା ପାଇଁ ଶ୍ରୀମନ୍ଦିର ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବାବେଳେ ବିଶୃଙ୍ଖଳାକାରୀ ସେବାୟତ ଓ ଅନ୍ୟମାନଙ୍କ ବିରୋଧରେ ଗତକାଲି ନୋଟିସ ଜାରି କରାଯାଇଥିଲା ।ଏହି ଘଟଣାରେ ଆଜି ଦୁଇ ସେବାୟତ ସୋମନାଥ ଖୁଣ୍ଟିଆ ଓ ରାଜାରାମ ଖୁଣ୍ଟିଆଙ୍କୁ ନିଲମ୍ବନ କରାଯାଇଛି। ସିସିଟିଭି ଫୁଟେଜ ଯାଞ୍ଚପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି। ସୋମନାଥ ଖୁଣ୍ଟିଆ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କୁ ସ୍ନାନମଣ୍ଡପକୁ ନେଇଥିବା ଜଣାପଡ଼ିବାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି ବ୍ୟବସ୍ଥାବଳୀ ଉଲ୍ଲଂଘନ ଅଭିଯୋଗରେ ପୁରୀ ବିଧାୟକଙ୍କ ସମେତ ବିଧାୟକଙ୍କୁ ସ୍ନାନମଣ୍ଡପକୁ ନେଇଥିବା ବହୁ ସେବାୟତଙ୍କୁ ବି ଆଜି ନୋଟିସ ଜାରି କରାଯାଇଛି ।

Advertisement