Monday, November 9, 2026
ADVERTISEMENT
Home ରାଜ୍ୟ ଏମ୍ସ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ...

ଏମ୍ସ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ

216
ADVERTISEMENT

ଭୁବନେଶ୍ୱର,୨୪/୧୨,(ଡି.ଏଚ): ଆସନ୍ତାକାଲି ଭୁବନେଶ୍ୱର ଏମ୍ସରେ ସ୍ୱର୍ଗତଃ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟକ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ସହ ଚିକିତ୍ସା ବ୍ୟବସ୍ଥା ପ୍ରସାରିତ କରିବା ପାଇଁ କେତେକ ନୂତନ ବ୍ୟବସ୍ଥାର ଉଦଘାଟନ କରାଯିବ। ଏହି କାର୍ଯ୍ୟକ୍ରମରେ ଅବସରରେ ଯୋଗ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସମେତ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଏମ୍ସରେ ପହଞ୍ଚିବେ। ଏମାନଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡଙ୍ଗୀ, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଓ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
ଏଥିସହିତ ଆସନ୍ତାକାଲି ପ୍ରତିମୂର୍ତ୍ତି ଉନ୍ମୋଚନ ସହିତ ୨ଟା ୨୦ ମିନିଟ୍‌ରେ ଏମ୍ସର ପରିସରର ଚତୁର୍ଥ ମହଲାରେ ଥିବା ମଡ୍ୟୁଲାର ଅପରେସନ୍‌ ଥିଏଟର (ଏମ୍‌ଡଟି)ବି ଉଦଘାଟନ ହେବ। କେବଳ ଏତିକି ନୁହେଁ, ସେହି ଚତୁର୍ଥ ମହଲାରେ ଥିବା ଆଇସିୟୁ କମ୍ପଲେକ୍ସ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି।

Advertisement