ରଥଖଳା: ତିନି ରଥରେ ଲାଗିଲା ପ୍ରଥମ ଭୂଇଁ

315
ADVERTISEMENT

ପୁରୀ, ୨୪/୬(ଡି.ଏଚ.ବି): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଉ ୧୧ଦିନ ବାକିଥିବା ବେଳେ ରଥ ନିର୍ମାଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ଲାଗିପଡ଼ିଛନ୍ତି ବିଶ୍ବକର୍ମା ଓ ଭୋଇ ସେବକ। ଗତକାଲି ଭୂଇଁ କାମ ଆରମ୍ଭ ହେବାପରେ ଆଜି ଏହାକୁ ତିନି ରଥରେ ସଂଯୋଗ କରାଯାଇଛି। ପ୍ରଥମ ତଥା ପ୍ରଧାନ ଭୂଇଁକୁ ଆଜି ତିନି ରଥରେ ସଂଯୋଗ କରାଯାଇଛି। ସେପଟେ ରୂପକାର ସେବକମାନେ ନିଜନିଜ କାମକୁ ଆଗେଇ ନେଇଛନ୍ତି। ନାଟଗୁଡ଼ୁ ପରେ ଅନ୍ୟାନ୍ୟ କାମକୁ ତ୍ବରାନ୍ବିତ କରାଯାଇଛି। ସେହିପରି ଓଝା ସେବକମାନେ କଣ୍ଟା ପ୍ରସ୍ତୁତି କାମକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି।

Advertisement