ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହାଣିଲା ପୁଅକୁ

213
ADVERTISEMENT

ରାଉରକେଲା,୨୪/୬(ଡ଼ି ଏଚ ବି ):  ରାଉରକେଲା ବନ୍ଧମୁଣ୍ଡା ଥାନା ଆରଏସ କଲୋନୀରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ୫ ବର୍ଷର ପୁଅକୁ ହାଣିଦେଲା ବାପା । ସୂଚନାଯୋଗ୍ୟ ଯେ, ରାଉରକେଲା ବନ୍ଧମୁଣ୍ଡା ଥାନା ଆରଏସ କଲୋନୀରେ ରହୁଥିବା ଅନ୍ଧୁ ଓରାମ ସବୁବେଳେ ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଝଗଡା କରୁଥିଲା । ଝଗଡା ଏତେ ଉଗ୍ରରୂପ ନେଇଥିଲା ଯେ ସେ ନିଜ ପୁଅକୁ ହାଣିଦେଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ହତ୍ୟାକାରୀ ବାପା ଅନ୍ଧୁ ଓରାମ୍ କୁ ଅଟକ ରଖିବା ସହ ଘଟଣାର ଅଧିକ ଛାନଭିନ କରୁଛି ।

Advertisement