୧୧ ମହଲାରୁ ଖସିପଡି ଯୁବକଙ୍କ ମୃତ୍ୟୁ

179
ADVERTISEMENT

ଭୁବନେଶ୍ବର,୨୪/୬(ଡ଼ି ଏଚ ବି ): ଭୁବନେଶ୍ବରରେ ୧୧ ମହଲାରୁ ଖସିପଡି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଦୟାନିଧି ସାହାଣୀ । ସୂଚନାଯୋଗ୍ୟ ଯେ, ନୟାପଲ୍ଲୀ କ୍ରିଷ୍ଣା ଆପାର୍ଟମେଣ୍ଟର ୧୧/୭ ଘରେ ରହୁଥିଲେ ଦୟାନିଧି ସାହାଣୀ । ସେ ଅତ୍ୟଧିକ ମଦ୍ୟପାନ କରି ଝରକା ନିକଟରେ ବସିଥିବା ବେଳେ ତଳକୁ ଖସି ପଡିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Advertisement