ଚୌଦ୍ବାର, ୨୪/୬(ଡ଼ି ଏଚ ବି ): ଚୌଦ୍ବାର ଜେଲରେ କଏଦୀଙ୍କୁ ହତ୍ୟା କଲା ଅନ୍ୟ ଏକ କଏଦୀ। ମୃତ କଏଦୀ ଜଣକ ହେଉଛନ୍ତି କଟକ ବିଡାନାସିର ରମେଶ ପ୍ରଧାନ । ଜେଲରେ ଥିବା ଅନ୍ୟ ଜଣେ କଏଦୀ ଜଳଧର ସ୍ବାଇଁ ହତ୍ୟା କରିଥିବା ଅଭିଯୋଗ ହୋଇଛି । । ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୮ଟା ବେଳେ କିଛି କଏଦୀ ଜେଲ ଭିତରେ ଥିବା ବଗିଚାରେ କାମ କରୁଥିଲେ। ସେମାନଙ୍କ ମଧ୍ୟରେ ରମେଶ ମଧ୍ୟ ଥିଲା । ସେଠାରେ କାମ କରୁଥିବା ଅନ୍ୟ ଜଣେ କଏଦୀ ସହ ରମେଶର କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ କଏଦୀ ଜଣକ କାମ କରୁଥିବା ଗଏଥିରେ ରମେଶକୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ରମେଶର ମୃତ୍ୟୁ ହୋଇଥିଲା। ପରେ ତାକୁ କଟକ ଏସସିବି ମେଡିକାଲକୁ ପଠାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ପରେ ଜେଲ୍ ୱାଡେନ ବାସୁଦେବ ବାସ୍କେଙ୍କୁ ସସପେଣ୍ଡ କରାଯାଇଛି।