ନୂଆପଡ଼ା୧୯/୧୨,(ଡି.ଏଚ/ମନୋଜ କୁମାର ରଣା) : ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୂଆପଡ଼ା ନଗର ପକ୍ଷରୁ ନ୍ୟାସନାଲ କଲେଜ ନୂଆପଡ଼ା ଠାରେ ନାଗରିକତା ଆଇନ ବିଲ(CAB) ବା Citizenship Amendment Bill କୁ ସ୍ୱାଗତ ବା ସମର୍ଥନ ଜଣେଇ ବା ସହିତ ବିରୋଧ କରୁଥିବା ବିଭିନ୍ନ ରାଜନୈତିକ ଦଳ ଓ ବିରୋଧୀ କାରୀଙ୍କୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ସମ୍ପୁର୍ଣ୍ଣ ଘଟଣା ଦେଶ ସ୍ବାଧୀନ ହେଲା ପରେ ଏକ ଚିନ୍ତାର ବିଷୟ ସମସ୍ତଙ୍କ ସାମ୍ନାକୁ ଆସିଥିଲା ଯେ ଦେଶରେ ରହୁଥିବା ଲଘୁସଂଖ୍ୟକ ଧର୍ମର ଲୋକ ଆଉ ଦେଶର ବାହାରେ ରହୁଥିବା ଲଘୁ ସଂଖ୍ଯାକ ଲୋକମାନେ କିପରି ସମ୍ମାନ ଆଉ ନିଜ ନିଜ ଧର୍ମ ଓ ସଂସ୍କୃତିର ରକ୍ଷା ଓ ସମସ୍ତ ସୁବିଧା ସୁଯୋଗ ସହ ବଞ୍ଚିପାରିବେ ଏ ପରି କିଛି ପ୍ରଶ୍ନ ଦେଶରେ ତିଆରି ହେଲା । କିନ୍ତୁ ପରେ ସମସ୍ତଙ୍କ ସାମ୍ନାକୁ ଆସିଲାକି ପାକିସ୍ଥାନ,ଆଫଗାନିସ୍ଥାନ ଓ ବାଙ୍ଗଲାଦେଶରେ ଅଳ୍ପସଂଖ୍ୟକ(Minority) ଲୋକମାନେ ଅକଥନୀୟ ଅତ୍ୟାଚାରର ଶିକାର ହେଉଛନ୍ତି ଯାହାର ଫଳ ସୂରୂପ ଏହି ଦେଶ ମାନଙ୍କରେ ରହିଥିବା ୨୨%,୨୫% ସଂଖ୍ଯାଲଘୁ ଜନସାଧାରଣ ହତ୍ୟାର ଶିକାର ହେଲେ, କିଛି ଜଣଙ୍କୁ ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଗଲା ଓ ଆଉ କିଛି ଲୋକ ନିଜ ଜୀବନ ବିକଳରେ ନିଜର ଧର୍ମ ରକ୍ଷା ନିମନ୍ତେ ଭାରତରେ ସରଣାର୍ଥୀ ହେଲେ । ଆଉ ଏଥିପାଇଁ ସଂପୂର୍ଣ୍ଣ ଭାବରେ ଦାୟୀ ସେଇମାନେ ଥିଲେ ଯେଉଁମାନେ କି ଲୋକଙ୍କୁ ପୋକ ମାଛି ପରି ଧର୍ମ ଆଧାରରେ ଦେଶକୁ ବିଭାଜନ କରାଇ ଦେଶର ଶାସନ ଗାଦିକୁ ହାତକୁ ନେଲେ । କଂଗ୍ରେସ ସରକାରର ସେହି ବଡ ଭୁଲ୍ ନିଷ୍ପତ୍ତି ପାଇଁ ୧୯୪୭ ମସିହାରୁ ୨୦୧୯ ପର୍ଯ୍ଯନ୍ତ ଲକ୍ଷ ଲକ୍ଷ ସାଧାରଣ ଲୋକ ଅତ୍ୟାଚାରର ଶିକାର ହେଲେ।
ଏବେ ଯେଉଁ ନାଗରିକତା ବିଲ୍ କେନ୍ଦ୍ର ସରକାର ସଦନରେ ଆଣିଛନ୍ତି ସେହି ବିଲ୍ ହେଉଛି ସେଇମାନଙ୍କ ସ୍ବାର୍ଥ ପାଇଁ ଯେଉଁମାନେ ଏହି ଅତ୍ୟାଚାରର ଶିକାର ହୋଇଛନ୍ତି।
▪ଏ ବିଲ୍ ସେଇମାନଙ୍କ ପାଇଁ ଯେଉଁମାନେ ଏହି ତିନୋଟି ଦେଶରୁ ନିଜ ଧର୍ମ ପାଇଁ ପ୍ରତାରିତ ହୋଇଛନ୍ତି।
▪ଏ ବିଲ୍ ସେମାନଙ୍କ ପାଇଁ ଯେଉଁମାନେ ଶିକ୍ଷା, ସୁରକ୍ଷା,ରୋଜଗାର ଆଉ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ୍ ହୋଇଛନ୍ତି।
▪ଏହି ବିଲ୍ ୬ ଟି ଧର୍ମ ହିନ୍ଦୁ,ଶିଖ୍,ଇସାଇ,ଜୈନ,ପାର୍ସୀ ଓ ବୌଦ୍ଧ ଧର୍ମର ଲୋକ ମାନଙ୍କ ପାଇଁ ଯେଉଁମାନେ ଏହି ୩ ଟି ମୁସଲିମ ବହୁଳ ଦେଶ ପାକିସ୍ଥାନ ଆଫଗାନିସ୍ଥାନ ଓ ବାଙ୍ଗଲାଦେଶରେ ଅଳ୍ପ ସଂଖ୍ଯାକ ନାଗରିକ ରୁପେ ନିର୍ଯ୍ଯାତନାର ଶିକାର ହୋଇ ଜୀବନ ବିତାଉଥିଲେ।
▪ଏହି ତିନୋଟି ଦେଶର ଲଘୁ ଧର୍ମର ନାଗରିକମାନେ ଯଦି ନିଜ ଧର୍ମ ଆଉ ସଂସୃତିର ରକ୍ଷା ପାଇଁ ଭାରତରେ ରହିବେ ଆଉ ଯେଉଁମାନେ ପୂର୍ବରୁ ମଧ୍ୟ ଶରଣାର୍ଥୀଭାବେ ଅଛନ୍ତି ସେମାନଙ୍କୁ ସମସ୍ତଙ୍କୁ ଭାରତୀୟ ନାଗରିକତ୍ଵ ପ୍ରଦାନ କରାଯିବ ।
▪ଏହି ବିଲ୍ ଦ୍ବାରା ସମସ୍ତ ଲଘୁସଂଖ୍ଯାକ ଧର୍ମର ଲୋକ ମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବ ।
▪୧୯୫୫ ମସିହାରୁ ହୋଇଥିବା ନାଗରିକତା ଆଇନ ଅନୁସାରେ ଏହି ଧର୍ମର ଲୋକମାନେ ଯଦି ପାସ୍ପୋର୍ଟ(Passport),ଭିସା (Visa) ମାଧ୍ୟମରେ ଭାରତରେ ରହିଥିବେ କିନ୍ତୁ ଯଦି ସେହି Passport ଆଉ Visaର ଅବଧି ଶେଷ ହୋଇଯାଇଥିବ ତାହାଲେ ତାହା ଆଇନ ଅନୁଯାୟୀ ଅବାଧ ପ୍ରବେଶ ବୋଲି ଧରାଯିବ କିନ୍ତୁ ଏହି ବିଲ୍ ଅନୁଯାୟୀ ଏହି ଶରଣାର୍ଥୀମାନଙ୍କୁ ଅବାଧ ପ୍ରବେଶର ଆଖ୍ୟା ଦିଆଯିବ ନାହିଁ ।
▪ଧାର୍ମିକ ଉତ୍ପୀଡନର ଶିକାର ହୋଇଥିବା ଯଦି ଏହି ୬ଟି ଧର୍ମର ଲୋକମାନେ ଯଦି ପ୍ରବାସି ନାଗରିକତା ହେବା ପାଇଁ ସମସ୍ତ ସର୍ତ୍ତାବଳୀକୁ ମାନି ଯଦି ରେଜିଷ୍ଟ୍ରୀଭୁକ୍ତ ହୁଅନ୍ତି ତାହାହେଲେ ସେମାନେ ଭାରତୀୟ ନାଗରିକତା ଗ୍ରହଣ କରିପାରିବେ ।
▪ନାଗରିକତା ଅଧିନିୟମ ଅନୁଯାୟୀ ସେମାନେ ଯେଉଁ ତିଥିରେ ଆସିଥିବେ ଭାରତକୁ ଏହି ବିଲ୍ ଅନୁଯାୟୀ ସେହି ତିଥିରେ ହିଁ ସେମାନଙ୍କୁ ନାଗରିକତ୍ଵ ପ୍ରଦାନ କରାଯିବ ।
▪ଯଦି ଏହି ଅଳ୍ପସଂଖ୍ଯାଙ୍କ ବିରୋଧରେ ଅବାଧ ପ୍ରବେଶ ମକଦ୍ଦିମା କୋର୍ଟରେ ଚାଲୁଥିବ ଏହି ବିଲ୍ ଲାଗୁହେଲେ ସେହି ମକଦ୍ଦମା ସେଇଠିହିଁ ଶେଷ ହୋଇଯିବ ।
▪ଯେଉଁ ଶରଣାର୍ଥୀମାନେ ଭାରତରେ ଛୋଟ ବଡ ବ୍ୟବସାୟ କରି ଚଳୁଛନ୍ତି ଏହି ବିଲ୍ ଆସିବା ପରେ ତାହାକୁ Regularise କରାଯିବ ।
ଏହି ବିଲ୍ ସଂପୂର୍ଣ୍ଣ ଭାବେ ସାଧାରଣ ଓ ଧାର୍ମିକ ନିର୍ଯ୍ଯାତନାର ଶିକାର ହୋଇଥିବା ଲୋକମାନଙ୍କ ସୁରକ୍ଷା ପାଇଁ । ଏହି ବିଲ୍ କୌଣସି ମୁସଲମାନମାନଙ୍କର ଅଧିକାର କୁ କ୍ଷୁର୍ଣ୍ଣ କରୁନାହିଁ । ସମସ୍ତ ଭାରତୀୟମାନଙ୍କର ନୈତିକ ଦାୟିତ୍ବ ଓ କର୍ତ୍ତବ୍ୟ ସମସ୍ତ ସଂଖ୍ଯାଲଘୁ ମାନଙ୍କୁ ସହଯୋଗ କରିବା ଯେଉଁମାନେକି ସାଧାରଣ ବଞ୍ଚିବାର ଅଧିକାର ରୁ ବଞ୍ଚିତ ହେଉଛନ୍ତି । ଯେଉଁ ମାନଙ୍କୁ ରାଜନୀତି କରିବାର ଅଛି କରନ୍ତୁ। ଦେଶର ଜନସାଧାରଣ ଆଉ ମୂର୍ଖ ନୁହଁନ୍ତି । ଲୋକମାନେ ଅନୁଭବ କଲେଣି ଦେଶରେ କ’ଣ ପରିବର୍ତ୍ତନ ଚାଲୁଅଛି ଏବଂ
ଧର୍ମନିରପେକ୍ଷତାବାଦର ଦ୍ଵାହି ଦେଇ ଯେଉଁମାନେ ବିଲ୍ କୁ ବିରୋଧ କରୁଛନ୍ତି ସେମାନେ Secularism ଶବ୍ଦର ସଂଜ୍ଞାକୁ ଭଲ ଭାବରେ ବୁଝିବାକୁ ଚେଷ୍ଟା କରନ୍ତୁ ଭାରତୀୟ ସଂବିଧାନର ଧାରା ୧୪ ମୌଳିକ ଅଧିକାରକୁ ବୁଝେଇବାକୁ ଯାଇ ଯେଉଁମାନେ ଏହି ପ୍ରସ୍ତାବକୁ ବିରୋଧ କରୁଛନ୍ତି ସେମାନେ ଭାରତର ସଂବିଧାନକୁ ଆଉ ଥରେ ଭଲରେ ପଢନ୍ତୁ । ଏହି ଐତିହାସିକ ନିଷ୍ପତି ପାଇଁ ସମସ୍ତ ଭାରତୀୟ ନାଗରିକ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଓ ଐତିହାସିକ Citizenship Amendment Act କୁ ABVP ସ୍ୱାଗତ କରୁଅଛି ବୋଲି ଏବିଭିପି ମତପ୍ରକାଶ କରିଛି। କିନ୍ତୁ ଯେଉଁଭଳି ଭାବେ ଅନ୍ୟ କିଛି ତଥାକଥିତ ରାଜନୈତିକ ଦଳମାନେ ଛାତ୍ରଶକ୍ତି ସମ୍ମୁଖରେ CAB କୁ ନେଇ ମିଛ ତଥ୍ୟ ଦେଇ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ତାହା ନିନ୍ଦନୀୟ ବିଷୟ ଅଟେ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୂଆପଡ଼ା ପକ୍ଷରୁ ନ୍ୟାସନାଲ କଲେଜ ନୂଆପଡ଼ା ର କ୍ୟାମ୍ପସ ସମ୍ମୁଖରେ WeSupportCAA ର ଫ୍ଲାକକାର୍ଡ ସହିତ ନାରାଦେଇ ସମସ୍ତ ଛାତ୍ରଶକ୍ତି କୁ ଏହି ନିୟମ ବିଷୟରେ ଆଲୋକପାତ କରିବା ସହିତ CAB ର ବିରୋଧୀ କାରୀ ମାନଙ୍କୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ କଳାହାଣ୍ଡି ବିଭାଗ ପ୍ରମୁଖ ସୁଜିତ କୁମାର ନାୟକ, ଜିଲ୍ଲା ସଂଯୋଜକ ସୁମନ୍ତ କୁମାର ବେହେରା, ସହ-ସଂଯୋଜକ ମନୋଜ କୁମାର ରଣା, ନଗର ସମ୍ପାଦକ ବିଭୂତି ମାଝି , ସହ-ସମ୍ପାଦକ ସାହେବ ଗିରି, ପାଠ୍ୟଚକ୍ର ପ୍ରମୁଖ ମାନସ ପ୍ରଧାନ, କଳାମଞ୍ଚ ପ୍ରମୁଖ ମୁଲଚାନ୍ଧ ରଣା ଓ ଭବାନୀ ଦଣ୍ଡସେନା,ଅଭିନାସ ଫଣ୍ଡେ, ସୋନାଲି ପ୍ରଧାନ,ବଲରାମ ରାଉତ,ସୁନିତା ଝା,ବବିତା ରଣା ପଦ୍ମାବତୀ ମିରଧା,ସିମରନ ଖାନ, ମୋନାଲିସା , ପ୍ରିୟମ୍ବଦା ବିସି, ଦେବରାଜ କେଉଟ,ପପୁନ ପ୍ରଧାନ ପ୍ରମୁଖ ଓ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।

















