Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ଭୁଶୁଡ଼ିଲା କାନ୍ଥ: ଦୁଇ ମୃତ

ଭୁଶୁଡ଼ିଲା କାନ୍ଥ: ଦୁଇ ମୃତ

333
ADVERTISEMENT

ଯାଜପୁର, ୨୪/୬(ଡ଼ି ଏଚ ବି): ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ବାଲିପାଟଣା ଗାଁରେ ଘର ମରାମତି କାମ ଚାଲୁଥିବା ବେଳେ କାନ୍ଥ ଭୁଶୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ ଆହତ ହୋଇଛନ୍ତି। ମୃତକ ହେଲେ ଘର ମାଲିକ ବନମାଳୀ ସାହୁ(୬୦), କାମ କରୁଥିବା ଶ୍ରମିକ ଚନ୍ଦନ ଲେଙ୍କା(୨୫)। ଆହତ ଜଣକ ମଧ୍ୟ ଶ୍ରମିକ ବୋଲି ଜଣାପଡ଼ିଛି। ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ଆଜି ସକାଳେ ଘରର ମରାମତି କାମ ଚାଲୁଥିବା ବେଳେ ଉକ୍ତ ୩ଜଣଙ୍କ ଉପରେ କାନ୍ଥ ପଡ଼ି ଯାଇଥିଲା। ଫଳରେ କାନ୍ଥ ତଳେ ଚାପି ହୋଇ ଘଟଣାସ୍ଥଳରେ ବନମାଳୀ ଓ ଚନ୍ଦନଙ୍କ ମୃତ୍ୟୁ ଘଟିଥିଲା।

Advertisement