ମାନସିକ ବିକାରଗ୍ରସ୍ତ ଯାତ୍ରୀଙ୍କ ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ବିମାନ

194
ADVERTISEMENT

ଭୁବନେଶ୍ୱର, ୨୩/୬(ନରେନ୍ଦ୍ର ଜେନା): ମାନସିକ ବିକାରଗ୍ରସ୍ତ ଜଣେ ଯାତ୍ରୀଙ୍କ ପାଇଁ ରବିବାର ଭୁବନେଶ୍ୱର ବିମାନବନ୍ଦରରେ ଏକ ଇଣ୍ଡିଗୋ ବିମାନ(ଫ୍ଲାଇଟ୍‌ ନମ୍ବର ୬ଇ୪୬୨) ଜରୁରୀ ଅବତରଣ କରିଥିବା ଜଣାପଡ଼ିଛି। ଯାତ୍ରୀ ଜଣକ ହେଲେ ଇର୍ଶାଦ୍‌ ଅଲ୍ଲୀ(୨୦)। ବିମାନଟି ହାଇଦ୍ରାବାଦରୁ ଗୌହାଟୀ ଯାଉଥିବାବେଳେ ମଝି ଆକାଶରେ ଇର୍ଶାଦ୍‌ ସିଟ୍‌ବେଲ୍ଟ କାଢ଼ିବା ସହ ବିମାନର ଦ୍ୱାର ଖୋଲିବା ପାଇଁ ଚେଷ୍ଟା କରିଥିଲେ। ଫଳରେ ବିମାନରେ ଥିବା ଅନ୍ୟ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଇର୍ଶାଦ୍‌ଙ୍କ ସହ ତାଙ୍କର ଜଣେ ବନ୍ଧୁ ମଧ୍ୟ ସେଥିରେ ଯାତ୍ରା କରୁଥିଲେ। ପଚରାଯିବାରୁ ସେ ଘରକୁ ଯିବାକୁ ଚାହୁଁଥିବା ପ୍ରକାଶ କରିଥିଲେ।

ତାଙ୍କର ଅସ୍ୱାଭାବିକ ଆଚରଣ ଯୋଗୁଁ ସକାଳ ୬: ୧୦ ମିନିଟ୍‌ରେ ସମ୍ପୃକ୍ତ ବିମାନଟି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଅବତରଣ କରିଥିଲା। ଇର୍ଶାଦ୍‌ଙ୍କୁ ଏୟାରପୋର୍ଟ ପୋଲିସ ଜିମା ଦେବାସହ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରେ ବିମାନଟି ପୁନଶ୍ଚ ତା’ର ଗନ୍ତବ୍ୟସ୍ଥଳ ଅଭିମୁଖେ ସକାଳ ୭: ୧୩ ମିନିଟ୍‌ରେ ଯାତ୍ରା କରିଥିବା ସୂଚନା ମିଳିଛି।

Advertisement