ଏଣିକି ସରକାରୀ ଚାକିରିଆ ୧୦ଟାରେ ଯିବେ, ସାଢ଼େ ୫ଟାରେ ଫେରିବେ

ପ୍ରତି ମାସର ୪ର୍ଥ ଶନିବାର ମଧ୍ୟ ଛୁଟି

297
ADVERTISEMENT

ଭୁବନେଶ୍ୱର, ୨୨/୬(ନରେନ୍ଦ୍ର ଜେନା): ରାଜ୍ୟ ସରକାରୀ କର୍ମଚାରୀଙ୍କ ଅଫିସ ଯିବା ସମୟରେ ପରିବର୍ତ୍ତନ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ଏଣିକି ସରକାରୀ କର୍ମଚାରୀମାନେ ଦିନ ୧୦ଟାରୁ ଅଫିସ ଯିବେ ଏବଂ ସନ୍ଧ୍ୟା ସାଢ଼େ ୫ଟାରେ ଅଫିସ୍‌ରୁ ଫେରିବେ। ଅଫିସ୍‌ ସମୟରେ ସେମାନେ ଅଧଘଣ୍ଟା ଲଞ୍ଚ ପାଇଁ ଯାଇପାରିବେ। ଏହି ସମୟ ଅପରାହ୍ନ ସାଢ଼େ ଗୋଟେ ରୁ ୨ଟା ପର୍ଯ୍ୟନ୍ତ ରଖାଯାଇଛି।

ସେହିଭଳି ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ପ୍ରତି ମାସର ଚତୁର୍ଥ ଶନିବାରକୁ ଛୁଟି ଘୋଷଣା କରିଛନ୍ତି। ପ୍ରଶାସନିକ କାର୍ଯ୍ୟଦକ୍ଷତାକୁ ଆଗେଇ ନେବା ପାଇଁ ସରକାର ଏଭଳି ଘୋଷଣା କରିଥିବାବେଳେ ନିୟମ ଖୁବ ଶୀଘ୍ର ଲାଗୁ ହେବ ବୋଲି ଜଣାପଡ଼ିଛି।

Advertisement