ଭୁବନେଶ୍ୱର,୬/୧୨(ଡି.ଏଚ) : ସଂଶୋଧିତ ଟ୍ରାଫିକ୍ ନିୟମ କଡ଼ାକଡ଼ି କରାଯିବା ପରେ ଉଲ୍ଲଂଘନକାରୀଙ୍କଠାରୁ ଚାଲାଣ କରାଯାଇ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ହେଲେ କେତେକ କ୍ଷେତ୍ରରେ ଚାଲାଣ କାଟିବାରେ ତ୍ରୁଟି ପରିଲକ୍ଷିତ ହେବାର ନଜିର ରହିଛି। ଅଭିଯୋଗଗୁଡ଼ିକ ଉପରେ ଆଲୋଚନା କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଘୋଷଣା କରାଯାଇଛି। ଶୁକ୍ରବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଭୁଲ ଚାଲାଣ କଟାଯିବା କଥା ନୁହେଁ। ମାତ୍ର ଯଦି କଟିଥିବ, ଟଙ୍କା ଫେରସ୍ତ ମିଳିବ।


















