Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ଶୌଚାଳୟ ଟାଙ୍କିରେ ମା’ ଓ ଛୁଆହାତୀ

ଶୌଚାଳୟ ଟାଙ୍କିରେ ମା’ ଓ ଛୁଆହାତୀ

330
ADVERTISEMENT

ପରଜଙ୍ଗ, ୨୨/୬(ଦୁନିଆ ହାଲଚାଲ )– ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ସାଆନ୍ଦା ତଳବେରଣା ଗ୍ରାମରେ ଶନିବାର ଭୋର ସମୟରେ ଗ୍ରାମର ପ୍ରମୋଦ ପାଳଙ୍କ ଶୌଚାଳୟ ଟାଙ୍କିରେ ଖସି ପଡିଥିଲେ ମା’ ଓ ଛୁଆହାତୀ। ଏହାକୁ ପରିବାର ଲୋକ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ତେବେ କିଛି ସମୟ ପରେ ଉକ୍ତ ଟାଙ୍କିରୁ ମା’ ହାତୀଟି ବାହାରକୁ ବାହାରି ଆସି ଟାଙ୍କି ପାଖରେ ଛିଡା ହୋଇ ଛୁଆହାତୀକୁ ଜଗି ରହିଥିଲା। ସେଠାରେ ବନ ବିଭାଗ ପହଞ୍ଚି ଛୁଆହାତୀଟିକୁ ଉଦ୍ଧାର କରିଥିଲେ। ଉକ୍ତ ହାତୀ ପାଇଁ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Advertisement