Saturday, September 26, 2026
ADVERTISEMENT
Home ଖୋର୍ଦ୍ଧା ବ୍ଳସମଷ ସ୍କୁଲରେ ୩୫ତମ ବାର୍ଷିକ ଉତ୍ସବ ପାଳିତ

ବ୍ଳସମଷ ସ୍କୁଲରେ ୩୫ତମ ବାର୍ଷିକ ଉତ୍ସବ ପାଳିତ

505
ADVERTISEMENT

ଭୁବନେଶ୍ୱର,୨।୧୨,(ଡି.ଏଚ): ଉତ୍ସାହ ଓ ଉଦ୍ଧିପନାର ସହ ଭାରତପୁର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମହାତ୍ମାଗାନ୍ଧୀଙ୍କର ୧୫୦ତମ ଜନ୍ମ ବାର୍ଷିକ ଅବସରରେ ତାଙ୍କ ଆଦର୍ଶକୁ ମଞ୍ଚ ଉପରେ ଉପସ୍ଥାପନ କରାଇଥିଲେ। ସ୍କୁଲର ଉଭୟ ଶାଖାର ଛାତ୍ରଛାତ୍ରୀ ମାନେ ତାଙ୍କର ପ୍ରତିଭାକୁ ଦକ୍ଷତାଙ୍କ ସହ ପରିବେଷଣ କରିଥିଲେ। ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଏବଂ ଏସିୟା ମହାଦେଶୀୟ କାଉସିଲ ବୋର୍ଡର ସଦସ୍ୟ ଶ୍ରୀଯୁକ୍ତ ରଞ୍ଜନ ସାୱନ୍ତ ସମ୍ମାନାନୀୟ ଅତିଥି ରୂପେ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ପରିଚାଳକ ଥୋରାଜ ମୋଗବେଲପୁର ଏବଂ ପ୍ରତିଷ୍ଠାତା ନିର୍ଦ୍ଦେଶକ ଶ୍ରୀମତୀ ନାଦିଆ ମୋଗବେଲପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସିମିତା ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବାର୍ଷିକ ଉତ୍ସବରେ କୁନିକୁନି ପିଲାମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିବା ପ୍ରତେକ କାର୍ଯ୍ୟକ୍ରମ ମାନମୁଗ୍ଧକର ଓ ଆକର୍ଷଣୀୟ ହୋଇଥିଲା। ବିଦ୍ୟାଳୟର ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ହୋଇଥିବା ନୃତ୍ୟ ଓ ନାଟକ ଦର୍ଶକ ମାନଙ୍କର ବେଶ ମନ ମୋହିଥିଲା।

Advertisement