ପାଇକମାଳ ,୧ା୧୨(ଡି.ଏଚ/କୁଞ୍ଜ ବିହାରୀ ସାହୁ) : ଆଜି ସକାଳୁ ପାଇକମାଳ ନୂଆପଡ଼ା ରାସ୍ତା କଡ଼ର ଚେରେଙ୍ଗାଝଞ୍ ବସ ଷ୍ଟେଣ୍ଡ ନିକଟରେ ମାଓବାଦୀ ପୋଷ୍ଟର ଓ ବେନର ଲାଗି ଥିବା ଦେଖାଯାଇଛି । ଆସନ୍ତା ତା ୨ ରୁ ୮ରିଖ ପଯ୍ୟନ୍ତ ଯାଏ ପିଏଲଜିଏ ସପ୍ତାହ ପାଳନ କରିବାକୁ ଅନୁରୋଧ କରିଛନ୍ତି ।ଦଳିତ ଆଦିବାସୀ ମୁସଲିମ ଅଳ୍ପ ସଂଖକ୍ ଙ୍କୁ ସାହାଯ୍ୟ କରିବାକୁ ଲେଖାଯାଇଛି । ବ୍ରାହ୍ମଣୀୟ ହିନ୍ଦୁ ଫାସିବଦ୍ କୁ ବିରୋଧ କରାଯାଇଛି । ଡିସେମ୍ବର ୬ତାରିଖ କୁ ହିନ୍ଦୁ ଫାସୀ ବାଦ୍ ବିରୋଧୀ ଦିବସ ଭାବେ ମାନିବାକୁ କୁହାଯାଇଛି । ପୋଷ୍ଟର ଗୁଡାକ ଓଦା ହୋଇ ଥିବାରୁ ଠିକ୍ ପଡ଼ିବା ସମ୍ଭବ ହେଉନାହିଁ । ଦୀର୍ଘ ଦିନ ପରେ ପାଇକମାଳ ଗନ୍ଧମାର୍ଦନ ଅଞ୍ଚଳରେ ପୁଣି ମାଓବାଦୀଙ୍କ ଜାହିର ଦେଖାଦେଇଛି । ଏପରିକି ଚେରେଙ୍ଗାଝଂଜ ଗ୍ରାମ ନିକଟରେ ଲାଗିଥିବା ଏହି ପୋଷ୍ଟର ଅନିତି ଦୂରରେ ବରତୁଣ୍ଡା ଠାରେ ସି ଅର୍ ପି ଏଫ୍ କ୍ୟାମ୍ପ ରହି ଥିବା ହେତୁ ପୋଲିସ ବିଭାଗ ପାଇଁ ଚେଲେଞ୍ଜର ଭୂମିକା ମାଓବାଦୀ ମାନେ ଜାହିର କରିଥିବା ଚର୍ଚ୍ଚା ହେଉଛି ।


















