Sunday, September 6, 2026
ADVERTISEMENT
Home ମୁଖ୍ୟ ଖବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶିଶୁ ବିକ୍ରି ଉଦ୍ୟମ

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶିଶୁ ବିକ୍ରି ଉଦ୍ୟମ

385
ADVERTISEMENT

ବ୍ୟାସନଗର, ୨୨/୬(ଦୁନିଆ ହାଲଚାଲ ) :ଯାଜପୁରରୋଡ଼ରେ ଜଣେ ମହିଳା ଯାଜପୁର ରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେବାର କିଛି ସମୟ ପରେ ବିକ୍ରି କରିଦେବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛନ୍ତି। ଏଭଳି ସାଂଘାତିକ ଘଟଣା କେତେକ କର୍ମଚାରୀଙ୍କ ନଜରକୁ ଆସିବା ପରେ ଶିଶୁ ସୁରକ୍ଷା କମିଟିକୁ ଖବର ଦିଆଯାଇଥିଲା। ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ମହିଳାଙ୍କୁ ପଚରାଉଚରା କରିବା ସହିତ ଉଭୟ ମା’ ଓ ଶିଶୁଙ୍କୁ ନଜରବନ୍ଦୀରେ ରଖିଛନ୍ତି। ଏହି ଘଟଣା ଆଜି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Advertisement