ଭୁବନେଶ୍ୱର,୨୯/୧୧(ଡି.ଏଚ) : ନିର୍ଦ୍ଧାରିତ ଅବଧିର ୧୭ଟି କାର୍ଯ୍ୟଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯିବା ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ବିଜେପି ତୀବ୍ର ବିରୋଧ କରିଛନ୍ତି | କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ ଅଧିଵେଶନ ୧୯ ଯାଏଁ ଚାଲିବାର ଥିଲା। ଗୃହରେ କୌଣସି କାର୍ଯ୍ୟଦିଵସ ନାହିଁ ର ଆଳରେ ବନ୍ଦ କରିଵା ଉଚିତ ହୋଇନାହିଁ । ଯଦି ଆଗୁଆ ବନ୍ଦ କରିଵାର ଥିଲା, ତେବେ କାହିଁକି ଵିଜ୍ଞପ୍ତି ପ୍ରକାଶ କରିଥିଲ ? ରାଜ୍ୟପାଳ ଓ ସରକାରଙ୍କ ମଞ୍ଜୁରୀରେ ହିଁ ବିଜ୍ଞପ୍ତି ପ୍ରକାଶ ପାଏ। ତାରା ପ୍ରସାଦ କହିଛନ୍ତି ଯେ ଆଗରୁ ଅଧିବେଶନ ୯୦ ଦିନ ଚାଲୁଥିଲା। ବିଜେଡି ସରକାର ତାକୁ ୬୦ ଦିନକୁ କମାଇଦେଲେ। ସେତିକି ସମୟ ବି ଗୃହ ଚାଲୁନଥିବାବେଳେ ଲୋକଙ୍କୁ ଠକିବା ପାଇଁ ଏ ବ୍ୟବସ୍ଥା ହୋଇଛି ଯାହାକି ଅତି ନିନ୍ଦନୀୟ। ଅନ୍ୟପଟେ ରାଜ୍ୟରେ ଅନେକ ସମସ୍ୟା, ଅନେକ ପ୍ରସଙ୍ଗ ଥାଇ ମଧ୍ୟ କଣ ପାଇଁ ଅଧିବେଶନ ସାରିଦେଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ବିଧାୟକଙ୍କ ପ୍ରଶ୍ନ ନଶୁଣି, ତାଙ୍କୁ କହିବାକୁ ନଦେଇ ଏକ ନିର୍ଦ୍ଦିଷ୍ଟ ଦଳର ଚାପରେ ବାଚସ୍ପତି ଅଧିବେଶନକୁ ତରବର ଭାବେ ଆଗୁଆ ସାରିଦେବା ଦୁର୍ଭାଗ୍ୟଜନକ ଓ ଅଗଣତାନ୍ତ୍ରିକ ବୋଲି ବିଷ୍ଣୁ କହିଛନ୍ତି । ଧାର୍ଯ୍ୟ ସମୟ ପୂର୍ବରୁ ବିଧାନସଭା ସରିବା ସରକାରଙ୍କ ଅପାରଗତା କହି ସମାଲୋଚନା କରିଛନ୍ତି ବିଷ୍ଣୁ ।


















