Thursday, September 24, 2026
ADVERTISEMENT
Home ଜିଲ୍ଲା ଜାପାନିଜ୍ ଏନସେଫାଲାଇଟିସ୍ ଟୀକା କରଣ ଅଭିଯାନ

ଜାପାନିଜ୍ ଏନସେଫାଲାଇଟିସ୍ ଟୀକା କରଣ ଅଭିଯାନ

298
ADVERTISEMENT

ପାଇକମାଲ,୨୬।୧୧: (ଡି.ଏଚ/କୁଞ୍ଜ ବିହାରି ସାହୁ) :– ପନ୍ଚାୟତ ହାଇସ୍କୁଲ ବୁକୁରାମୁଣ୍ଡାରେ ଆଜି ଜାପାନିଜ୍ ଏନସେଫାଲାଇଟିସ୍ ଟୀକାକରଣ ଅଭିଯାନ ସ୍ଥାନୀୟ ମହିଳ ସ୍ୱାସ୍ଥ୍ୟକର୍ମୀ ଶ୍ରୀମତି କବିତାଂଜଳୀ ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛିା ପ୍ରାରମ୍ଭେ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟରତ ବରିଷ୍ଠ ପରିଦର୍ଶକ ଶ୍ରୀଯୁକ୍ତ ରବିନ୍ଦ୍ର ମୋହନ ଦାଶଙ୍କ କରକମଳରେ ଆନୁଷ୍ଠାନୀକ ଉଦ୍ଘାଟନ ପରେ ସ୍କୁଲର ନବମ ଶ୍ରେଣୀର ଛାତ୍ର ଶ୍ରୀ କମଲ ବାରିକ ଜାପାନିଜ୍ ଏନସେଫାଲାଇଟିସ୍ ର ବ୍ୟାନର୍ କୁ ପରିଧାନ କରି ସମସ୍ତ ଅତିଥି ମାନଙ୍କ ସହିତ କର ମର୍ଦନ କରି ସମ୍ମାନ ପ୍ରଦାନ କରିବା ମୂଖ୍ୟ ଆକଷଣୀୟ ଥିଲାା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଆଶାକର୍ମୀ ପଦ୍ମା ବିଶ୍ୱାଲ ଉଚିତ ଟୀକାକରଣର ତଦାରକ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ- ପ୍ରଶାନ୍ତ କୁମାର ବାରିକ,ମଦନ ପ୍ରଧାନ,ମନୋଜ କୁମାର ସାହୁ,ବିକାଶ ଚନ୍ଦ୍ର ବେହେରା,ମାନଭଂଜନ ସାହୁ,ଆନନ୍ଦ କୁମାର ଭୋଇ,ସନ୍ତୋଷ କୁମାର ଭୋଇ ଶିକ୍ଷକ ସମେତକାର୍ଯ୍ୟରତ କର୍ମଚାରୀ ସୁଜାତା,ଭବାନୀ,ଅଶୋକ ପ୍ରମୁଖ ସହଯୋଗ କରିଥିଲେ । ଉକ୍ତ ଟୀକାଦାନକେନ୍ଦ୍ରରେ ସମୁଦାୟ ୧୧୦ ଜଣ ଛାତ୍ରଛାତ୍ରୀ ଏବଂ ବାହାର ପିଲା ୫ଜଣଙ୍କୁ ଟିକାଦାନ କରାଗଲା ବୋଲି ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀଙ୍କ ଠାରୁ ଜାଣିବାକୁ ମିଳିଛି ।

Advertisement