ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଫିଟିବ

284
ADVERTISEMENT

ପୁରୀ, ୨୦/୬(ଡିଏଚବି): ଅଣସର ପିଣ୍ଡିରେ ଗତକାଲି ମହାପ୍ରଭୁଙ୍କ ଓଦାବସ୍ତ୍ର ଫିଟାଯାଇଛି। ଆଜି ଶ୍ରୀଅଙ୍ଗ ଫିଟାଯିବାପରେ ଦଇତାପତିମାନେ ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ନୀତି ଆରମ୍ଭ କରିବେ। ଆସନ୍ତା ପଞ୍ଚମୀରୁ ମହାପ୍ରଭୁଙ୍କ ଆରୋଗ୍ୟ ପାଇଁ ବୈଦ୍ୟଙ୍କ ପରାମର୍ଶ କ୍ରମେ ଫୁଲରୀ ତେଲ ଏବଂ ଔଷଧ ଲାଗି ହେବ। ଏହି ଔଷଧ ଖାଇ ମହାପ୍ରଭୁ ଆରୋଗ୍ୟ ଲାଭ କରିବେ। ପ୍ରତିଦିନ ଏଠାରେ ଚକଟା ଭୋଗ ହେବ। ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁ ୧୦୮ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ଆକ୍ରାନ୍ତ ହୋଇ ପଡିଛନ୍ତି। ତେବେ ଭକ୍ତମାନେ ଶ୍ରୀମନ୍ଦିରରେ ପଟିଦିଅଁଙ୍କ ଦର୍ଶନ କରୁଛନ୍ତି।

Advertisement