ଏଏଆଇ ପକ୍ଷରୁ ପୂର୍ବାଞ୍ଚଳ ବିମାନବନ୍ଦରଗୁଡ଼ିକର ଆଞ୍ଚଳିକ ସମୀକ୍ଷା ବୈଠକ

308
ADVERTISEMENT

ଭୁବନେଶ୍ୱର, ୨୦/୬(ନରେନ୍ଦ୍ର ଜେନା): ବୁଧବାର ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଏଏଆଇ) ପକ୍ଷରୁ ପୂର୍ବ ଭାରତରେ ଥିବା ବିମାନବନ୍ଦରଗୁଡ଼ିକର ଆଞ୍ଚଳିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ବିମାନବନ୍ଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ କୋଲକାତା, ଭୁବନେଶ୍ୱର, ପାଟନା, ରାଞ୍ଚି, ରାୟପୁର, ବଗ୍‌ଡୋଗ୍ରା, ପୋର୍ଟବ୍ଲେୟାର୍‌ ଓ ଗୟା ବିମାନବନ୍ଦରର କାର୍ଯ୍ୟଧାରା ସମୀକ୍ଷା କରାଯାଇଥିଲା। ଏଏଆଇର ଚେୟାରମ୍ୟାନ୍‌ ଜି.ମହାପାତ୍ରଙ୍କ ନେତୃତ୍ୱରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।

ଏହି ଅବସରରେ ବିମାନବନ୍ଦରଗୁଡ଼ିକର କାର୍ଯ୍ୟାବଳୀ ସହ ବିଗତ ବର୍ଷର ରେକର୍ଡକୁ ଯାଞ୍ଚ କରାଯାଇଥିଲା। ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସୁବିଧାସୁଯୋଗ, ବିମାନବନ୍ଦର ଭିତ୍ତିଭୂମିର ବିକାଶ, ରହିଥିବା ସମସ୍ୟା ଏବଂ ଆୟ ତଥା ଲାଭାଂଶ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଉପରୋକ୍ତ ବିମାନବନ୍ଦର ମାନଙ୍କର ନିର୍ଦ୍ଦେଶକମାନେ ଯୋଗଦେଇ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ।

Advertisement