ବ୍ରହ୍ମପୁର,୧୯/୧୧ (ଡି.ଏଚ/ହିମାଂଶୁ ପାଢ଼ୀ):ଆଞ୍ଚଳିକ ଦଳର ଦୁଇ ମୁଖିଆଙ୍କ ସାକ୍ଷାତକୁ ନେଇ ଚାରିଆଡେ ଚର୍ଚ୍ଚା । ଜଣେ ତାମିଲ ସୁପରଷ୍ଟାରରୁ ରାଜନେତା ପାଲଟିଥିବା କମଲହାସନ ଓ ଓଡିଶା ରାଜନିତିର ଅପରିଦ୍ଵନ୍ଦୀ ସୁପରଷ୍ଟାର ନବୀନ ପଟ୍ଟନାୟକ। ସାକ୍ଷାତ ସୌଜନ୍ୟ ମୂଳକ ନା ଆଗାମୀଦିନର ରାଜନୈତିକ ସମୀକରଣ ବୋଲି ଜଣାପଡିନି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱରରେ ଭେଟିଲେ ସିନେ ତାରକା କମଳା ହାସନ । ମୁଖ୍ୟମନ୍ତ୍ରୀଙ୍କୁ ସେ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦେବା ସହ ରୁପା ତାରକସି ର କୋଣାର୍କ ଚକ୍ର ପ୍ରଦାନ କରିଥିଲେ । ଭେଟାଭେଟି ସମୟରେ ବିଭିନ୍ନ ପ୍ରସଙ୍ଗ ସହ ରାଜନୀତି ଉପରେ ଆଲୋଚନା ହୋଇଥିଲା । ଏହା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କମଳ ହାସନ ଭେଟିଥିଲେ ।କମଲ ହାସନକଂ ଦଳର କାଯ୍ୟ ଉପରେ ଆଲୋଚନା କରିଥିଲେ ମୁଖ୍ୟମନ୍ତୀ।କମଲ କୁଂ ବିଜେଡି ବିଧାୟକ ବିମାନ ବନ୍ଦରରେ ସ୍ବାଗତ କରିଥିଲେ ପରେ ସେ ମୁଖ୍ୟମନ୍ତୀଙ୍କୁ ଭେଟି ଥିଲେ।



















