ପୋଲିଓ ଟୀକାରେ ଶିଶୁର ମୃତ୍ୟୁ,ଥାନାରେ ଅଭିଯୋଗ

172
ADVERTISEMENT

ସୋର ,୨୦/୬(ଦୁନିଆ ହାଲଚାଲ ): ବାଲେଶ୍ବର ଜିଲ୍ଲା ଖଇରା ଥାନା ରଇନ୍ତରା ଗାଁର ରତ୍ନାକର ଷଣ୍ଢଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ଦେଢବର୍ଷର ଶିଶୁ ପ୍ରଭାତକୁ ପୋଲିଓ ଟୀକା ନେବାର ୧୦ ଘଣ୍ଟା ପରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଶିଶୁର ପରିବାର ଖଇରା ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ଜ୍ୟୋସ୍ନାରାଣୀ ସେ ତାଙ୍କ ଦେଢବର୍ଷର ପୁଅ ପ୍ରଭାତକୁ ପୋଲିଓ ଟୀକା ଦେବାକୁ ରଇନ୍ତରା ପ୍ରାଥମିକ ବିଦ୍ୟାଳୟକୁ ନେଇଯାଇଥିଲେ। ପ୍ରଭାତକୁ ଏଏନ୍‌ଏମ୍‌ ଦୀପ୍ତିରାଣୀ ଦାସ, ଆଶାକର୍ମୀ ଜ୍ୟୋସ୍ନାମଣୀ ସ୍ବାଇଁ ଓ ଅଙ୍ଗନଓ୍ବାଡୀ କର୍ମୀ ଅନୁପମା ରାଉତ ପୋଲିଓ ଟୀକା ଦେଇଥିଲେ। ରାତି ୧୨ଟାରେ ପ୍ରଭାତ ଛାଟିପିଟି ହୋଇ ଗୁରୁତର ହୋଇପଡିଥିଲା । ଫଳରେ ପରିବାର ଲୋକେ ତାଙ୍କୁ ଖଇରା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ସେଠାରେ ପ୍ରଭାତକୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ରତ୍ନାକର ଷଣ୍ଢଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିଓ ଟୀକା ନେଇ ତାଙ୍କ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ।

Advertisement