Thursday, September 24, 2026
ADVERTISEMENT
Home ମନୋରଞ୍ଜନ ଅଭିନେତ୍ରୀ ମାହି ଗିଲ୍ ଙ୍କ ଟିମ୍ ଉପରେ ଆକ୍ରମଣ

ଅଭିନେତ୍ରୀ ମାହି ଗିଲ୍ ଙ୍କ ଟିମ୍ ଉପରେ ଆକ୍ରମଣ

347
ADVERTISEMENT

ମୁମ୍ବାଇ ୨୦/୬(ଏଜେନ୍ସି) : ଥାନେ ଜିଲ୍ଲାର ଘୋଡ଼ବନ୍ଦର ଅଞ୍ଚଳରେ ଓ୍ବେବ ସିରିଜର ସୁଟିଂ ସମୟରେ ବଲିଉଡ ଅଭିନେତ୍ରୀ ମାହି ଗିଲ୍ ଏବଂ ତାଙ୍କ ଟିମ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଘଟଣା ପରେ ଅଭିନେତ୍ରୀ ଏବଂ ପ୍ରଡକ୍ସନ ହାଉସର ଅଭିଯୋଗରେ ପୋଲିସ୍ ୭ଜଣଙ୍କୁ ଗିରଫ କରିଛି। 
ଆସୋସିଏଟ ପ୍ରଡ୍ୟୁସର ରାଜବୀର ଆହଲୁଓ୍ବାଲିଆଙ୍କ କହିବାନୁସାରେ ଥାନେ ଶିପୟାର୍ଡ଼ରେ ଗତକାଲି ସୁଟିଂ ସମୟରେ ସେଟରେ ୭/୮ଜଣ ଲୋକ ପହଞ୍ଚି ରଡ଼୍ ଏବଂ ବାଡ଼ିରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୦ଜଣ ଆହତ ହୋଇଥିଲେ ଏବଂ ୨ଜଣଙ୍କ ଅବସ୍ଥା ଏବେ ଗୁରୁତର ରହିଛି। ଅଭିଯୁକ୍ତମାନେ ମାହି ଗିଲଙ୍କ ସହ ମଧ୍ୟ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ।
ଅଭିନେତ୍ରୀ ମାହି ଗିଲ କହିଛନ୍ତି ଯେ ତାଙ୍କୁ ବଞ୍ଚାଇବାକୁ ଯାଇ ଧାରାବାହିକର ଡିଓପି ସନ୍ତୋଷ ତାଣ୍ଡୁଲ୍ୟ ଆହତ ହୋଇଥିଲେ। ଅଭିଯୁକ୍ତମାନେ କହୁଥିଲେ ଯେ ତାଙ୍କ ପାଖରେ ଓ୍ବେବ ସିରିଜ ସୁଟିଂ କରିବାର ଅନୁମତି ନାହିଁ। କିନ୍ତୁ ପ୍ରଡକ୍ସନ ହାଉସଙ୍କ କହିବାନୁସାରେ ତାଙ୍କ ପାଖରେ ସମସ୍ତ ଅନୁମତି ରହିଛି। ଅଭିଯୁକ୍ତମାନେ ସେଟରେ ରଖାଯାଇଥିବା ଲକ୍ଷ ଲକ୍ଷ ଟଙ୍କାର ଜିନିଷକୁ ମଧ୍ୟ କ୍ଷତି ପହଞ୍ଚାଇଛନ୍ତି। ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଏହି ଆକ୍ରମଣକୁ ନିନ୍ଦା କରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

Advertisement