ଆସନ୍ତାକାଲି ଖୋଲିବ ସ୍କୁଲ

305
ADVERTISEMENT

ଭୁବନେଶ୍ୱର, ୨୦/୬(ଦୁନିଆ ହାଲଚାଲ) : ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ,ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଖୋଲିବ। ପୂର୍ବରୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ପ୍ରଥମେ ଜୁନ୍ ୧୮ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ଛୁଟି ଘୋଷଣା କରିଥିଲେ। କିନ୍ତୁ ପୁଣି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ହେବାରୁ ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ଛୁଟି ବୃଦ୍ଧି କରିଥିଲେ ରାଜ୍ୟ ସରକାର। ବର୍ତ୍ତମାନ ଖରା କମିବା ସହ ପାଗରେ ପରିବର୍ତ୍ତନ ଯୋଗୁ ସରକାର ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି।

Advertisement