Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ନୂଆ ମୋଟର ଯାନ ଆଇନ ଲାଗୁ ପରେ : ଦୁଇ ମାସରେ ଆଦାୟ ହୋଇଛି ଦେଢ...

ନୂଆ ମୋଟର ଯାନ ଆଇନ ଲାଗୁ ପରେ : ଦୁଇ ମାସରେ ଆଦାୟ ହୋଇଛି ଦେଢ କୋଟି ଟଙ୍କା

454
ADVERTISEMENT

ଭୁବନେଶ୍ବର,୧୪/୧୧(ଡି.ଏଚ) : ଗତ ଦୁଇ ମାସ ଭିତରେ ଆଦାୟ ହୋଇଛି ଦେଢ କୋଟି ଟଙ୍କାର ଜରିମାନା । ନୂଆ ମୋଟର ଯାନ ଆଇନ ଲାଗୁ ପରେ ରାଜ୍ୟରେ ଆଦାୟ ହୋଇଛି ଦେଢ କୋଟିରୁ ଅଧିକ ଜରିମାନା । ସେପ୍ଟେମ୍ବର ପହିଲାରୁ ନଭେମ୍ବର ୧ ମଧ୍ୟରେ ମୋଟ ୧ କୋଟି ୫୩ ଲକ୍ଷ ୩୪ ହଜାର ୭୬୦ କୋଟି ଟଙ୍କା ଆଦାୟ ହୋଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏହି ଜରିମାନା ଆଦାୟ ହୋଇଥିବା ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିଧାନସଭାରେ ଗୁରୁବାର କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ । ତେବେ ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ ୫୩୧୭ ଜଣଙ୍କ ଠାରୁ ୪୬୦୦୮୫୦ ଆଦାୟ ହୋଇଛି । ଇନସ୍ୟୁରାନ୍ସ ନଥିବା କାରଣରୁ ୨୧୧୧ ଜଣଙ୍କ ଠାରୁ ୧୩୭୯୭୦୦ ଟଙ୍କା ଆଦାୟ । ପିଓସି ବା ପ୍ରଦୂଷଣ ସାର୍ଟିଫିକେଟ ନଥିବାରୁ ୧୧୭୭ ଜଣଙ୍କ ଠାରୁ ୩୮୧୬୧୧୦ ଟଙ୍କା ଆଦାୟ । ସେହିପରି ମଦ ପିଇ ଗାଡି ଚଲାଉଥିବା ୪୯୦ ଜଣଙ୍କ ଠାରୁ ୭ ଲକ୍ଷ ୩୮୧୦୦ ଟଙ୍କା ଆଦାୟ ହୋଇଛି । ନିୟମ ଉଲ୍ଲଂଘନ କରିଥିବା ଦୁଇ ଚକିଆ, ତିନି ଓ ଚାରି ଚକିଆ ଯାନ ଚାଳକଙ୍କ ଠାରୁ ଏହି ଜରିମାନା ଆଦାୟ କରାଯାଇଛି ।ତେବେ ସେପ୍ଟେମ୍ବର ମାସରେ ୨୦୧୮ରେ ୮୪୪ଟି ସଡକ ଦୁର୍ଘଟଣା ହୋଇଥିବା ବେଳେ ଚଳିତ ବର୍ଷ ୭୦୨ଟି ସଡକ ଦୁର୍ଘଟଣା ହୋଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।

Advertisement