Thursday, November 5, 2026
ADVERTISEMENT
Home ମୁଖ୍ୟ ଖବର ସହର ଭଳି ଗାଁରେ ବି ଘର କଲେ ଏବେ ଅନୁମତି ନେବାକୁ ପଡିବ ଅନୁମତି

ସହର ଭଳି ଗାଁରେ ବି ଘର କଲେ ଏବେ ଅନୁମତି ନେବାକୁ ପଡିବ ଅନୁମତି

935
ADVERTISEMENT

ଭୁବନେଶ୍ୱର,୧୩/୧୧(ଡି.ଏଚ) : ଆଉ ଗାଁରେ ମନଇଚ୍ଛା ଘର ତିଆରି କରିହେବନି। ଆଗରୁ ସହରରେ ଘର ତିଆରି ଲାଗି ବିଭାଗୀୟ ଅନୁମତି ନେବାକୁ ପଡ଼ୁଥିଲା, ଯେମିତିକି ଭୁବନେଶ୍ବରରେ ବିଡି ଏ ଏବଂ କଟକରେ ସିଡିଏର ଅନୁମୋଦନ ଆବଶ୍ୟକ। ଏବେ ସହର ଭଳି ଗାଁରେ ଘର କଲେ ସେଭଳି ଅନୁମତି ନେବାକୁ ପଡିବ ବୋଲି ଜଣାଯାଇଛି । ସରକାରଙ୍କ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବି ଜଣାଯାଇଛି। ଏଥି ନେଇ ସରକାର ନୂଆ ନୀତି ନିଦ୍ଧାରଣ କରିଥିବା ଜଣାଯାଇଛି।ଏ ସଂପର୍କରେ ସୂଚନା ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଏଣିକି ଗାଁରେ ଘର କଲେ ବି ନେବାକୁ ପଡ଼ିବ ସରକାରୀ ଅନୁମତି | ୨ ବା ଅଧିକ ମହଲାର କୋଠାଘର ପାଇଁ ପଞ୍ଚାୟତ ସମିତିର ଅନୁମତି ନେବା ଜରୁରୀ | ଠିକ୍ ଯୋଜନାରେ ଘର ତିଆରି ନ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ସେ କହିଛନ୍ତି |

Advertisement