ଗୋପାଳପୁର ସମୁଦ୍ର ମୁହାଣରେ ବୈତ ବନ୍ଧାଣ ଉତ୍ସବ

437
ADVERTISEMENT

ବ୍ରହ୍ମପୁର,୧୨/୧୧ (ଡି.ଏଚ/ ଇ.ରଞ୍ଜନ ) : ବ୍ରହ୍ମପୁର ସହର ନିକଟତର ଗୋପାଳପୁର ବେଳାଭୂମିରେ ଆଜି ଅତୀତ ଇତିହାସର ସ୍ବର୍ଣ୍ଣମ ସ୍ୱାକ୍ଷର ବହନ ବେଳାଭୂମି ସହସ୍ରlଧିକ ଓଡ଼ିଆଣିଙ୍କ ଗ୍ରହଣରେ ଆଜି ଶିଶୁବାର୍ତ୍ତା ଗଞ୍ଜାମ ଜିଲ୍ଲାସ୍ତରୀୟ ହୋଟେଲ ସଂଘ ଏବଂ ଏନ.ଏ.ସି ତତ ସହ ବ୍ରହ୍ମପୁର ସମେତ ବିଭିନ୍ନ ପ୍ରାନ୍ତରରୁ ଆସିଥିବା ମହିଳା ଓ ପୁରୁଷଙ୍କ ପକ୍ଷରୁ ମିଳିତ ଭାବେ ବୈତ ବନ୍ଧାଣ ଉତ୍ସବ ବେଶ ଧୁମଧାମରେ ପାଳତ ହଇଯାଇଛି l ଆଜିର ଦିନରେ ଅତିଥିକୁ ଦୃଷ୍ଟିରେ ରଖିଥିବା ଉତ୍କଳ ସାଧବ ପୁଅ ମାନେ ସୁଦୂର ଜାଭା, ବୋର୍ଣ୍ଣଓ, ସିଂହlଳ ଭଳି ଠିକ କାର୍ତ୍ତିକ ପୁର୍ଣିମା ଶୁଭଅବସରରେ ବୈତକୁ ମେଲାଣି ଦେଇ ଆସୁଥିଲେ ଏବଂ ବିଦେଶରେ ବାଣିଜ୍ୟ ବ୍ୟାବସାୟ କରି ଉତ୍କଳର ଗୌରବ ନିମନ୍ତେ ଅସୁମାରୀ ସ୍ବପ୍ନକୁ ହାସଲ କରୁଥିଲେ । ସେତେବେଳେ ଉତ୍କଳମାତାର ଛାତି ପୁରୀଉଟୁଥିବା ଲୋକଙ୍କ ମନରେ ଛାଇ ଭଳି ରହିଥିବା ସକାଶେ ଆଜିର ଦିନରେ ଆମର ଓଡ଼ିଆ ପୁଅମାନଙ୍କ ଅନ୍ୟ ଦେଶ ଓ ରାଜ୍ୟକୁ ଦାଦନ ନିମନ୍ତେ ଉତ୍କଳ ରାଜ୍ୟରୁ ଯାଇ ଅନ୍ୟ ଦେଶ ଦୁବାଇ,ଆମେରିକା, ସିଙ୍ଗାପୁର, ମାଲେସିଆ ଭଳି ପ୍ରଭୁତିଦେଶ ସମେତ ଅନ୍ୟ ରାଜ୍ୟ ଗୁଜୁରାଟର ସହର ସୁରାଟ,ମହାରାଷ୍ଟ୍ରର ଅନ୍ୟତମ ସହର ମାୟାନଗରୀ ମୁମ୍ବାଇ ଭଳି କର୍ଣ୍ଣାଟକର ବେଙ୍ଗଲର ଅନ୍ୟାନ ସହର ଯାଇ ସଂଖ୍ୟାଧିକ ଯୁବକ ଯୁବତୀ ଏକ ଦୃଢତାର ସହ ଯାଇ କାର୍ଯ୍ୟସମ୍ପାଦନ କରନ୍ତି । ସେହି ଦୃଢତା ଗୌରବକୁ ନେଇ ଆଜିର ଏହି ପରୀପେକ୍ଷୀରେ ଆମର ଏହି ସମାଜରେ ରହିଥିବା ଅଗଣିତ ଓଡ଼ିଆଣିଙ୍କର ପାରମ୍ପରିକ ଏହି ଭାଇଚାରାକୁ ଦୃଷ୍ଟିରେ ରଖି ଆଜିର ଦିନରେ ଭର ସକାଳୁ ବହୁ ମହିଳାମାନେ ନୂଆ ବସ୍ତ୍ର ପିନ୍ଧି ଖୁସି ଓ ଆନନ୍ଦରେ ବାଣ ପୁଟାଇ କିଏ ସମୁଦ୍ରରେ ବୈତ ଭସାଇ ଥାଏ ତ କିଏ ବନ୍ଦ, ନଦୀ, ଗାଡ଼ିଆରେ ବୈତଭସାଇ ଥାନ୍ତି ଆଜି ଗୋପାଳପୁର ଠାରେ ସହଶ୍ରାଧିକ ମହିଳା ଓ ପୁରୁଷଙ୍କ ରାତ୍ର ୩ଟା ସମୟରୁ ସମୁଦ୍ର କୁଳରେ ବୈତ ଭସାଇ ସେଟାରେ ଚାଲିଥିବା ମନରଞ୍ଜନ ସଂସ୍କୃତିକ କାର୍ଯ୍ୟକ୍ରମ ଜିଲ୍ଲାର ପ୍ରତିଷ୍ଠିତ କଳାକାର ମାନଂଙ୍କ ଦ୍ୱାରା ପରିବେଶୀତ ହଇଥିବା କାର୍ଯ୍ୟକ୍ରମ “ଯା ରେ ଭାସି ଯା” ଅନୁଷ୍ଠିତ ହେବା ବେଳେ ବିକମ୍ବତ ପ୍ରଭାତ ମନଲୋଭିତ ବିଚିତ୍ରl କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ ଯୋଗ ଦେଇ ଉଦ୍ଘାଟନ କରିଥିଲେ l ଏଥିରେ ଜିଲ୍ଲାର ହୋଟେଲ ସଂଘ ସଭାପତି ଓ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ଶଙ୍କର ପାଣିଗ୍ରାହୀ,ଓ ଉମାଶଙ୍କର ସେଠି ଶିଶୁବାର୍ତ୍ତା ସମ୍ପାଦକ ମାନସ ଦାସ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପାଦନ କରିଥିବା ବେଳେ ସେଠାରେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହାଇଥିଲା ସେଥିରେ ଯୁବ ଗୋଷ୍ଠୀ ନାଚ ଗୀତରେ ମଜବୁଲ ଥିଲେ l

Advertisement