Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ଆଜି ମହାପ୍ରଭୁଙ୍କୁ ଲାଗି ହେଲା କେବଳ ଧଳା ଫୁଲ, ଧଳା ବସ୍ତ୍ର

ଆଜି ମହାପ୍ରଭୁଙ୍କୁ ଲାଗି ହେଲା କେବଳ ଧଳା ଫୁଲ, ଧଳା ବସ୍ତ୍ର

503
ADVERTISEMENT

ପୁରୀ, ୧୯/୬(ଡିଏଚବି): ସଦାସର୍ବଦା ଭକ୍ତଙ୍କ କୋଳାହଳ ରହୁଥିବା ଶ୍ରୀମନ୍ଦିର ଗତକାଲିଠାରୁ ଖାଁଖାଁ ଲାଗୁଛି। ମହାପ୍ରଭୁ ସୁସ୍ଥ ହେବା ପାଇଁ ସେବକମାନେ ଦିନରାତି ଏକ କରିଦେଇଥିବା ବେଳେ ଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଦଇତାପତି ସେବକମାନେ ଆଜି ଶୁକ୍ଲ(ଧଳା) ବସ୍ତ୍ର ଲାଗି କରାଇଛନ୍ତି। ଦଇତାପତିମାନେ ମଧ୍ୟ ଗୋଟିଏ ମାତ୍ର ଶୁକ୍ଲବସ୍ତ୍ର ପରିଧାନ କରି ସେବାରେ ଯୋଗ ଦେଇଛନ୍ତି।

ଅସୁସ୍ଥତା କାରଣରୁ ମହାପ୍ରଭୁଙ୍କ ପ୍ରିୟ ତୁଳସୀ ଆଜି ଲାଗି ହୋଇନାହିଁ। ଶୁକ୍ଲ ବସ୍ତ୍ର ସହ ଟଗର ଓ ଅନ୍ୟାନ୍ୟ ଧଳା ଫୁଲ ମହାପ୍ରଭୁଙ୍କଠାରେ ଆଜି ଲାଗି କରାଯାଇଛି। ଅନ୍ୟକୌଣସି ରଙ୍ଗର ଫୁଲ ଅଣସର ପିଣ୍ଡିକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି। ତେବେ ଧଳା ଫୁଲ ଉପଲବ୍ଧତା କମ୍‍ ଥିବାରୁ ମହାପ୍ରଭୁଙ୍କୁ ଲାଗି କରିବାପାଇଁ ଚାହୁଁଥିବା ଭକ୍ତମାନେ ଫୁଲ ଦେଇପାରିବେ ବୋଲି ଦଇତାପତି ସେବକମାନେ ନିବେଦନ କରିଛନ୍ତି। ଗାରଦ କାର୍ଯ୍ୟାଳୟ କିମ୍ୱା ମୁକ୍ତିମଣ୍ଡପ ନିକଟରେ ରହିଥିବା ନୃସିଂହ ମନ୍ଦିର ପରିସରରେ ଏହି ଫୁଲ ପ୍ରଦାନ କରାଗଲେ ସେଠାରୁ ଏହା ମହାପ୍ରଭୁଙ୍କ ନିକଟରେ ପହଞ୍ଚାଯିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି।

Advertisement