Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ଟ୍ରକକୁ ଓଭରଟେକ ବେଳେ ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ ରୁ ଅଧିକ ଯାତ୍ରୀ ଗୁରୁତର

ଟ୍ରକକୁ ଓଭରଟେକ ବେଳେ ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ ରୁ ଅଧିକ ଯାତ୍ରୀ ଗୁରୁତର

335
ADVERTISEMENT

ବାଲେଶ୍ବର,୧୦/୧୧(ଡି.ଏଚ ): ବାଲେଶ୍ବର ଜିଲ୍ଲାର ଚନ୍ଦନେଶ୍ବର ୫୭ ନମ୍ବର ରାଜ୍ୟ ରାଜପଥର ତାଳବଣିଆ ଛକ ସନ୍ନିକଟ ସେନାପତି ସାହି ପୋଲ ନିକଟରେ ଆଜି ପୂର୍ବାହ୍ନ ୧୦ ଟା ସମୟରେ ନୋରାନୀ ନାମକ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବସର ପ୍ରାୟ ୨୦ ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ମାନଙ୍କୁ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସକାଳ ୮ଟା ୨୦ ମିନିଟ ସମୟରେ ଚନ୍ଦନେଶ୍ବରରୁ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ବାଲେଶ୍ଵର ଅଭିମୁଖେ ନୋରାନୀ ନାମକ ଓଆର୦୧ଏଚ-୫୭୮୬ ନମ୍ବର ଏହି ବସଟି ଯାତ୍ରା ଆରମ୍ଭ କରିଥିଲା। ତାଳବଣିଆ ଛକ ନିକଟରେ ଜଳେଶ୍ଵର ଅଭିମୁଖେ ଯାଉଥିବା ଏକ ଟ୍ରକକୁ ଓଭରଟେକ କରିବା ସମୟରେ ବସଟି ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଇଥିଲା।

Advertisement