Wednesday, September 23, 2026
ADVERTISEMENT
Home ବ୍ୟବସାୟ ରେନଲ୍ଟ ଟ୍ରାଇବରର ବଜାର ପ୍ରବେଶ

ରେନଲ୍ଟ ଟ୍ରାଇବରର ବଜାର ପ୍ରବେଶ

316
ADVERTISEMENT

ଭୁବନେଶ୍ୱର, ୧୯/୬(ନରେନ୍ଦ୍ର ଜେନା): ଆଜି ୟୁରୋପ ମହାଦେଶର ପ୍ରମୁଖ ଅଟୋମୋଟିଭ୍‌ ବ୍ରାଣ୍ଡ୍‌ ରେନୋ ଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର କାର ପ୍ରବେଶ କରିଛି ଓଡିଶା ବଜାରରେ। ରେନୋ ଗ୍ରୁପ ସିଇଓ ଥିଏରୀ ବୋଲୋର, ଇଣ୍ଡିଆ ଅପରେଟସ୍ସ ସିଇଓ ଭେଙ୍କଟରାମ ମାମିଲାପଲେ, କର୍ପୋରେଟ୍‌ ଡିଜାଇନ୍‌ ଇଭିପି ଲରେନ୍ସ ଭି.ଡି ଆକର, ଗ୍ରୁପର ସିନିୟର୍‌ ଭାଇସ୍‌ ପ୍ରେସିଡେଣ୍ଟ ଏଫ୍‌ କ୍ୟାମ୍ବୋଲିଭ୍‌ ଏହାର ବଜାର ପ୍ରବେଶ କରାଇଥିଲେ। ଭାରତୀୟ ବଜାରକୁ ଧ୍ୟାନରେ ରଖି ଏହି ମଡେଲକୁ ପ୍ରସ୍ତୁତ କରାଯାଇଛି। ରେନୋ ଇଣ୍ଡିଆ ଏବଂ ଫ୍ରାନ୍ସ ଟିମ୍‌ ଏହି ମଡେଲକୁ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି।

ମଡେଲଟିରେ ଅନେକ ଅତ୍ୟାଧୁନିକ ଫିଚର ରହିଛି। ଉନ୍ନତ ଇନ୍ଧନ ଦକ୍ଷତା, ଅଲଟ୍ରା ମଡ୍ୟୁଲାର, ସ୍ପେସିୟସ୍‌ ଏବଂ କମ୍ପାକ୍ଟ ଭଳି ଫିଚର୍‌ ଗ୍ରାହକ ଏଥିରେ ପାଇପାରିବେ। ଏହାବାଦ୍‌ ଉନ୍ନତ ସିଟ୍‌ କନଫ୍ୟୁଗରେସନ୍‌ ଏବଂ ଇଣ୍ଡଷ୍ଟ୍ରି ଫାଷ୍ଟ ଇଜି ଫିକ୍ସ ମଧ୍ୟ ଏଥିରେ ସ୍ଥାନିତ ହୋଇଛି। ୪ ମିଟର ମଧ୍ୟରେ ଆକର୍ଷଣୀୟ କ୍ୟାବିନ୍‌, ୬୨୫ ଲିଟର୍‌ ବୁଟ୍‌ ସ୍ପେସ୍‌, ୩୧ ଲିଟର ପର୍ଯ୍ୟନ୍ତ ଷ୍ଟୋରେଜ ସ୍ପେସ୍‌ ଏଥିରେ ରହିଛିି। ମଡେଲରେ ୮ଇଞ୍ଚର ମଲ୍ଟିମିଡିଆ ଟଚ୍‌ ସ୍କ୍ରିନ୍‌, ୧.୦ ଲିଟରର ପେଟ୍ରୋଲ ଇଞ୍ଚିନ ଏବଂ କଷ୍ଟ୍‌ ଅଫ୍‌ ମେଣ୍ଟେନାନ୍ସକୁ ଗୁରୁତ୍ୱ ଦିଆଯାଇଛି।

Advertisement