Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ଶନିବାର ମଧ୍ୟରାତ୍ରିରେ ସ୍ଥଳଭାଗ ଛୁଇଁବ ବାତ୍ୟା ବୁଲ୍‌ବୁଲ: ପ୍ରସ୍ତୁତି ନେଇ କ୍ୟାବିନେଟ୍‌ ସଚିବଙ୍କ ସହ ଏସ୍‌ଆର୍‌ସିଙ୍କ...

ଶନିବାର ମଧ୍ୟରାତ୍ରିରେ ସ୍ଥଳଭାଗ ଛୁଇଁବ ବାତ୍ୟା ବୁଲ୍‌ବୁଲ: ପ୍ରସ୍ତୁତି ନେଇ କ୍ୟାବିନେଟ୍‌ ସଚିବଙ୍କ ସହ ଏସ୍‌ଆର୍‌ସିଙ୍କ ଆଲୋଚନା

320
ADVERTISEMENT

ଭୁବନେଶ୍ୱର,୮।୧୧(ଡି.ଏଚ ): ସାମୁଦ୍ରିକ ଝଡ଼ ‘ବୁଲବୁଲ୍‌’ ଉଗ୍ରରୂପ ଧାରଣକରି ଉତ୍ତର ଦିଗକୁ ଗତିକରୁଛି। ଘଣ୍ଟାପ୍ରତି ଏହାର ବେଗ ୧୩ କିମି ରହିଛି। ଦକ୍ଷିଣ-ଦକ୍ଷିଣ ପୂର୍ବ ପାରାଦୀପଠାରୁ ୩୧୦ କିମି ଏବଂ ପଶ୍ଚିମବଙ୍ଗର ଦକ୍ଷିଣ ଦକ୍ଷିଣ ପଶ୍ଚିମ ସାଗର ଦୀପଠାରୁ ୪୫୦ କିମି ଦୂରରେ ରହିଛି। ଶନିବାର ମଧ୍ୟରାତ୍ରିରେ ଏହି ବାତ୍ୟା ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମଧ୍ୟଦେଇ ସ୍ଥଳଭାଗ ଅତିକ୍ରମ କରିବ। ଏହାର ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ୬୦ରୁ ୭୦ କିମି, ବେଳେବେଳେ ୯୦ କିମି ପର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା ରହିଛି। ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ୁ ନ ଥିଲେ ମଧ୍ୟ ଝଡ଼ବର୍ଷା ଯୋଗୁ କେନ୍ଦ୍ରାପଡ଼ା, ପୁରୀ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କଟକ, ଜଗତ୍‌ସିଂହପୁର, ଖୋର୍ଦ୍ଧା ଆଦି ଜିଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉପକୂଳବର୍ତ୍ତି ଜିଲାର ଜିଲାପାଳଙ୍କୁ ସମସ୍ତପ୍ରକାର ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ଜିଲାପାଳଙ୍କ ସହିତ ବାତ୍ୟା ପ୍ରସ୍ତୁତିନେଇ ନିୟମିତ ଯୋଗାଯୋଗ କରୁଛନ୍ତି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେବା ସହିତ ବିପଦପୂର୍ଣ୍ଣ ଅଞ୍ଚଳରୁ ଆବଶ୍ୟକସ୍ଥଳେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ନେବାଲାଗି ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ବୁଲ୍‌ବୁଲ୍‌ର ଗତିବିଧି ଉପରେ ମଧ୍ୟ କେନ୍ଦ୍ର ସରକାରଙ୍କର ନଜର ରହିଛି।

Advertisement