ପ୍ରକୃତ ହତ୍ୟାକାରୀର ଖୁଲାସା ହୋଇଛି

522
ADVERTISEMENT

ପଦ୍ମପୁର,୭/୧୧ (ଡି.ଏଚ/ ରାକେଶ କୁମାର ଦାଶ) : ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁର୍ଲା ଗ୍ରାମରେ ଗତ ୧ ତାରିଖରେ ଘଟିଯାଇଥିବା ହତ୍ୟା କାଣ୍ଡର ଆଜି ପୋଲିସ ଖୁଲାସା କରିଛି । ଗତ୧ ତାରିଖ ଦିନ ତୁର୍ଲା ଗ୍ରାମର ସଜମଣି କଲେତ (୪୦)ଝାରବନ୍ଧ ଥାନା ଅଧିକାରୀ ଶ୍ରୀ ଠାକୁର ଦାସ ମୁର୍ମୁଙ୍କର ନିକଟରେ ଅଭିଯୋଗ କରିଥିଲେ । ଯେ ତୁର୍ଲା ଗ୍ରାମର ତିନି ଜଣ ଯୁବକ ଯଥା ଜଗନ୍ନାଥ ମିର୍ଧା , କାଳିଆ ମିର୍ଧା ,ଓ ହେମନ୍ତ ଦୁଢେକ ,ତାଙ୍କ ସ୍ୱାମୀ ଶ୍ରୀ ଲକ୍ଷ୍ମୀ କାନ୍ତ କଲେତକୁ ହତ୍ୟା କରିଛନ୍ତି । ଅଭିଯୋଗକାରିଣୀଙ୍କର ଅଭିଯୋଗ ମୁତାବକ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଛି ତଦନ୍ତ ଆରମ୍ଭ କରିଥିଲେ । ଘଟଣାର ଗୁରୁତ୍ୱ ଅନୁଭବ କରି SDPO ଶ୍ରୀ ପ୍ରଦୀପ କୁମାର ସାହୁ ତଥା ବରଗଡ S.P ପଦ୍ମିନୀ ସାହୁ ମଧ୍ୟ ଘଟଣା ସ୍ଥଳକୁ ପହଂଛି ଅନୁଧ୍ୟାନ କରିବା ସହିତ ଶ୍ରୀ ମୁର୍ମୁଙ୍କୁ ତଦନ୍ତ ପାଇଁ ବିଭିନ୍ନ ପରାମର୍ଶ ଓ ନିର୍ଦେଶ ଦେଇଥିଲେ । ଅଭିଯୋଗ ମୁତାବକ ଥାନା ଅଧିକାରୀ ଶ୍ରୀ ମୁର୍ମୁ ତଦନ୍ତ ଆରମ୍ଭ କରିବା ସହିତ ଉପରୋକ୍ତ ତିନି ଜଣଙ୍କୁ ନିଜ ହେପଜାତରେ ନେଇ ତଦନ୍ତ ଆରମ୍ଭ କରିଥିଲା । ଏହି ତିନି ଜଣଙ୍କର ସହିତ ପୋଲିସ ଅନ୍ୟ ଦିଗରେ ମଧ୍ୟ ତଦନ୍ତ ଜରିରଖିଥିଲା । ଗତ 5 ତାରିଖରେ ମୃତକର ସ୍ତ୍ରୀକୁ ଜେରା କରିବାରୁ ପୋଲିସ ଆଗରେ ସେ ସବୁ କଥା ସ୍ଵୀକାର କରିଥିଲା । ଏହାପରେ SP ଙ୍କର ନିର୍ଦ୍ଧେଶ କ୍ରମେ ଜଗଦଲପୁର ଥାନା ଅଧିକାରୀ ଶ୍ରୀମତୀ ଲଳିତା ଲିଲିମା ବାରଲା ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ସଜମଣିକୁ ଆହୁରି ଜେରା କରିବା ପରେ ସେ ତାର ପୁରୁଷ ବନ୍ଧୁ ସେହି ଗ୍ରାମର ତେଜବନ୍ତ ପୋଡ଼ ସହିତ ମିଶି ମଧ୍ୟ ରାତ୍ରିରେ ନିଜ ସ୍ଵାମୀ କୁ ହତ୍ୟା କରିଥିବା ସ୍ୱୀକାର କରିବା ସହିତ ହତ୍ୟାରେ ବ୍ୟବହାର କରାଯାଇଥିବା ରଶିକୁ ପୋଡ଼ି ଦେଇଥିବା କହିଛି ।

   ଅଭିଯୁକ୍ତର ବୟାନ ଅନୁଶାରେ ଲକ୍ଷ୍ମୀକାନ୍ତ ପ୍ରତେକ ଦିନ ନିଶା ସେବନ କରି ତାକୁ ମାରପିଟ ଜରିବା ସହିତ ଅକଥନୀୟ ଅତ୍ୟାଚାର କରୁଥିଲା । ଏହାରି ଭିତରେ ସେହି ଗ୍ରାମର ତେଜବନ୍ତ ସହିତ ତାର ସମ୍ପର୍କ ଗଢି ଉଠିଥିଲା । ଘଟଣା ଦିନ ରାତିରେ ଲକ୍ଷ୍ମୀକାନ୍ତ  ନିଶା ସେବନ କରି ତାର ସ୍ତ୍ରୀ କୁ ମାରା ପିଟା କରିଥିଲା ।  ଲକ୍ଷ୍ମୀକାନ୍ତ  ସୋଇ ପଡିବା ପରେ ପ୍ରାୟ ରାତି ଗୋଟାଏ ବେଳକୁ ସଜମଣି ଫୋନ କରି ତେଜବନ୍ତକୁ ଡାକି ଏକ ରସି ସାହାଯ୍ୟରେ  ଲକ୍ଷ୍ମୀକାନ୍ତକୁ ହତ୍ୟା କରିଥିଲେ । ହତ୍ୟା କରିବା ପରେ  ଲକ୍ଷ୍ମୀକାନ୍ତର ମୃତଦେହକୁ ସାର୍ଟ ପେଣ୍ଟ ପିନ୍ଧାଇ ବାହାର ଏକ ଖଟରେ ରଖି ଦେଇ ସକାଳୁ ଅନ୍ୟମାନେ ମରିଥିବାର ଖବର ପ୍ରଚାର କରିବା ସହିତ ତିନି ଜଣ ନିର୍ଦୋଷଙ୍କର ବିରୋଧରେ ଅଭିଯୋଗ କରିଥିଲେ । ତେବେ ତଦନ୍ତକାରୀ ଅଧିକାରୀ ମାନଙ୍କର ଜବରଦସ୍ତ ତଦନ୍ତ ଫଳରେ ଖୁବ ଶୀଘ୍ର ଅସଲି ଅପରାଧୀ ଧରାପଡିବା ସହିତ ତିନିଜଣ ନିର୍ଦୋସି ନ୍ୟାୟ ପାଇବାରେ ସଫଳ ହୋଇଛନ୍ତି । 
Advertisement