କୁକୁଡାଖଣ୍ଡି,୬/୧୧(ଡି.ଏଚ/ଇ.ରଞ୍ଜନ):କୁକୁଡାଖଣ୍ଡି ଲେଚାପଡା ଚୁଆବନ୍ଧରୁ ଦିନ ଦ୍ୱି ପହରରେ ମୋରମ ଚୋରା ଚାଲାଣ କରୁଥିବା ବେଳେ ଗୋଟିଏ ଜେସିବିକୁ ଜବତ କରିଛନ୍ତି ସ୍ଥାନୀୟ ଆର.ଆଇ ଗୋପିନାଥ ପ୍ରଧାନ। ସୂଚନାଯୋଗ୍ୟଯେ, ଲୋଚାପଡାର ସରପଂଚଙ୍କ ସ୍ୱାମୀ ଉକ୍ତ ଘଟଣାରେ ଜଣା ପଡିବାପରେ ସ୍ଥାନୀୟ ଜନସାଧାରଣ ୧୦ନଂ ଜୋନ୍ ଜିଲ୍ଲା ପରିଷଦ ଏଲ. ମୋହନ ଦାସଙ୍କୁ ଜଣାଇଥିଲେ । ଏହାପରେ ଏହି ସମୟରେ ସରପଂଚଙ୍କ ସ୍ୱାମୀ ବୁଲୁ ବେହେରା ଉପସ୍ଥିତ ଥିଲେ । ତାଙ୍କୁ ଜିଲ୍ଲାପରିଷଦ ପଚାରିବାରୁ ସେ ଜେଇ ମୋରମ ବାହାର କରିବାକୁ ନିର୍ଦ୍ଦେଶ ଥିବା ଦର୍ଶlଇଥିବା କହିଥିଲେl କିନ୍ତୁ ବ୍ୟକ୍ତିଗତ କାମ ପାଇଁ ମୋରମ ନିଆଯାଉଥିବା ଖବର ମିଳିବା ପରେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଜଣାଇଥିଲେ। ସ୍ଥାନୀୟ ଆରଆଇ ଘଟଣାସ୍ଥଳରେ ପହଂଚି ଜେସିବି ଜବତ କରିଥିଲେ।


















