୨୬ରେ ଖୋଲିବ ସ୍କୁଲ୍; ଖରା ଛୁଟି ଅବଧି ବଢ଼ାଇଲେ ସରକାର

384
ADVERTISEMENT

ଭୁବନେଶ୍ୱର, ୧୮/୬(ନରେନ୍ଦ୍ର ଜେନା): ନିଷ୍ପତ୍ତି ହୋଇଥିଲା, ଆସନ୍ତାକାଲି ଖୋଲିବ ସବୁ ସରକାରୀ ସ୍କୁଲ। ମାତ୍ର ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସରକାର ଖରାଛୁଟି ଅବଧି ବଢ଼ାଇଛନ୍ତି। ଖରାଛୁଟି ଜୁନ୍ ୨୫ଯାଏଁ ବଢ଼ିଛି। ଅର୍ଥାତ ୨୬ରେ ଖୋଲିବ ସ୍କୁଲ। ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର।

ସୌସୁମୀ ଆସିବାରେ ବିଳମ୍ୱ ହେଉଥିବାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି। ଫଳରେ ଜୀବନଯାତ୍ରା ପ୍ରଭାବିତ ହେଉଛି। ଲୋକେ ଘରୁ ବାହାରି ପାରୁନାହାନ୍ତି। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଏବେବି ୪୦ ଡିଗ୍ରୀ ଉପରେ ରହିଛି। ଏପରି ସ୍ଥିତିରେ ଛୋଟ ପିଲାମାନେ ସ୍କୁଲ ଯିବା ଆଦୌ ନିରାପଦ ନୁହେଁ। ଯେଉଁଥିପାଇଁ ରାଜ୍ୟ ସରକାର ଖରା ଛୁଟି ଅବଧି ବଢ଼ାଇଥିବା ଜଣାପଡ଼ିଛି।

Advertisement