Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ଧାରଣାରେ ବସିଲେ ଚାଷୀ

ଧାରଣାରେ ବସିଲେ ଚାଷୀ

242
ADVERTISEMENT

ନୂଆପଡ଼ା, ୧୮/୬(ଦୁନିଆ ହାଲଚାଲ): ନୂଆପଡ଼ା ଜିଲ୍ଲାରେ ମିଲର ଧାନ କିଣୁ ନଥିବାରୁ ବହୁ ପରିମାଣରେ ମଣ୍ଡିରେ ପଡ଼ି ରହିଛି ଧାନ । ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକ କରିଛନ୍ତି।
ସୁଚନାନୁଯାୟୀ ,ଜିଲ୍ଲାର ଜଲାମୁଣ୍ଡା ମଣ୍ଡି ବାହାରେ ୪୦୦୦ରୁ ଅଧିକ ବସ୍ତା ଧାନ ପଡ଼ି ରହିଛି। ହେଲେ ଧାନ କିଣିବା ପାଇଁ ମିଲର ଆସୁ ନାହାନ୍ତି।ଚାଷୀମାନେ ଧାନକୁ ଜଗି ମଣ୍ଡି ବାହାରେ ପଡ଼ି ରହିଛନ୍ତି। ଗୋଟିଏ ପଟେ ଦିନରେ ପ୍ରବଳ ଖରା, ଅନ୍ୟପଟେ ସଂଧ୍ୟାରେ କାଳବୈଶାଖୀ। ୪ ଦିନ ଧରି ଏପରି ଧାରା ଜାରି ରହିଥିବାରୁ ଧାନରେ ଗଜା ହୋଇଗଲାଣି।ଏ ନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରା ଯାଇଥିଲେ ବି କୌଣସି ଫଳ ମିଳୁନାହିଁ। ଜଣାଯାଇଛି ଯେ, କଟନିଛଟନିକୁ ନେଇ ବିବାଦ ଥିବାରୁ ଧାନ କିଣିବାକୁ ମିଲର ଆସୁ ନାହାନ୍ତି । ଏପଟେ ଧାନ ବିକିଲେ ଋଣ ସୁଝିବେ ବୋଲି ଚାଷୀ ଚାହିଁ ବସିଛନ୍ତି। ଏପରି ପରିସ୍ଥିତିରେ ହତାଶ ଚାଷୀ ଜିଲ୍ଲା ବିଜେପି ଜଡ଼ମୁଣ୍ଡା, ତରବୋଡ ଓ ଗୋତମା ଛକରେ ୩୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।

Advertisement