Thursday, November 5, 2026
ADVERTISEMENT
Home ମୁଖ୍ୟ ଖବର ତହସିଲ ଅଫିସରୁ ମିଳୁଥିବା ବିଭିନ୍ନ ଆବଶ୍ୟକ ପ୍ରମାଣପତ୍ର ପାଇଁ ଫି’ କିମ୍ବା ୟୁଜର୍ସ ଫି’...

ତହସିଲ ଅଫିସରୁ ମିଳୁଥିବା ବିଭିନ୍ନ ଆବଶ୍ୟକ ପ୍ରମାଣପତ୍ର ପାଇଁ ଫି’ କିମ୍ବା ୟୁଜର୍ସ ଫି’ ଦେବାକୁ ପଡ଼ିବନି ।

390
ADVERTISEMENT

ଭୁବନେଶ୍ୱରୁ ୨୩/୧୦(ଡ଼ି.ଏଚ ): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ତହସିଲ ଅଫିସରୁ ମିଳୁଥିବା ବିଭିନ୍ନ ଆବଶ୍ୟକ ପ୍ରମାଣପତ୍ର ପାଇଁ ଆଉ ଏଣିକି ଆବେଦନ ଫି’ କିମ୍ବା ୟୁଜର୍ସ ଫି’ ଦେବାକୁ ପଡ଼ିବନି । ଏହାକୁ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି ରାଜ୍ୟ ସରକାର । କ୍ୟାବିନେଟ୍‌ ଆଜି ଏହାକୁ ଅନୁମୋଦନ କରିଛି । ଏଣିକ ଜନସାଧାରଣ ଏ ବାବଦ ଷ୍ଟାମ୍ପ ଫି ଓ ସହଜ କେନ୍ଦ୍ରରେ ଦେଉଥିବା ଫି ଦେବେ ନାହିଁ । ମୁଖ୍ୟ ସଚିବ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ତହସିଲ ଅଫିସରୁ ବିଭିନ୍ନ ପ୍ରମାଣପତ୍ର ପାଇଥାନ୍ତି । ଏଥିପାଇଁ ଆବେଦନପତ୍ରରେ ଷ୍ଟାମ୍ଫ ଫି ବାବଦକୁ ୩ ଟଙ୍କା ଏବଂ ୟୁଜର୍ସ ଫି ବାବଦକୁ ୩୦ ଟଙ୍କା ଆଦାୟ କରାଯାଉଛି । ମାତ୍ର ଏଣିକି ଏହାକୁ ସମ୍ପୂର୍ଣ୍ଣ ଛାଡ଼ କରାଯିବ । ଜନସାଧାରଣ ବିନା ଫି’ରେ ଏଣିକି ବାସିନ୍ଦା ପ୍ରମାଣପତ୍ର ସହ ଜାତି, ଆୟ, ଉତ୍ତରାଧିକାରୀ, ଅଭିଭାବକ, ତଫସିଲଭୁକ୍ତ ଜାତି, ତଫସିଲଭୁକ୍ତ ଜନଜାତି, ଓବିସି, ଏସଇବିସି ପ୍ରମାଣପତ୍ର ପାଇପାରିବେ । କ୍ୟାବିନେଟ୍‌ ନେଇଥିବା ନିଷ୍ପତ୍ତି ଅନୁସାରେ, ବେସାମରିକ ବିମାନ ଚଳାଚଳ ଶାଖା ଏଣିକି ସାଧାରଣ ପ୍ରଶାସନ ବିଭାଗ ବଦଳରେ ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ କାର୍ଯ୍ୟ କରିବ । ସୁଲଭ ଗମନାଗମନ ବ୍ୟବସ୍ଥା ପାଇଁ କ୍ୟାବିନେଟ୍‌ ଏ ନିଷ୍ପତ୍ତି ନେଇଛି । ଏଥିପାଇଁ ଓଡ଼ିଶା ସରକାରୀ କାର୍ଯ୍ୟ ନିୟମାବଳୀରେ ସଂଶୋଧନ କରିବାକୁ ସ୍ଥିର ହୋଇଛି ।

Advertisement