ଆଜିଠୁ ବ୍ରହ୍ମଗିରିରେ ମହାପ୍ରଭୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ

401
ADVERTISEMENT

ପୁରୀ, ୧୮/୬(ଡି.ଏଚ.ବି): ଗତକାଲି ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରାପରେ ମହାପ୍ରଭୁ ବର୍ତ୍ତମାନ ଅଣସରରେ ଅଛନ୍ତି। ଏଥିପାଇଁ ଆଜିଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି। ଅଲାରନାଥ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ ଲାଗି ସକାଳୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଶ୍ରଦ୍ଧାଳୁଙ୍କ ଲମ୍ବାଧାଡ଼ି ଲାଗିଥିବା ବେଳେ ସେମାନେ ଧାଡ଼ିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଏହା ସହିତ ଅଣସର ସମୟରେ ଅଲାରନାଥଙ୍କ ପ୍ରସିଦ୍ଧ ଖିରି ଭୋଗ ପାଇବାକୁ ମଧ୍ୟ ଶ୍ରଦ୍ଧାଳୁମାନେ ଅପେକ୍ଷା କରି ରହିଛନ୍ତି। ଅନ୍ୟପଟେ, ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପଟିଦିଅଁଙ୍କୁ ଦର୍ଶନ କରିବେ।

Advertisement