Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ଭୁବନେଶ୍ୱର, ବାଲେଶ୍ୱର ଓ ଜୟପୁରରେ ଖୋଲିବ ସାଇବର ଥାନା: ଡିଜି

ଭୁବନେଶ୍ୱର, ବାଲେଶ୍ୱର ଓ ଜୟପୁରରେ ଖୋଲିବ ସାଇବର ଥାନା: ଡିଜି

268
ADVERTISEMENT

ଭୁବନେଶ୍ୱର, ୧୭/୬(ନରେନ୍ଦ୍ର ଜେନା): ରାଜ୍ୟରେ ଖୋଲିବ ୩ଟି ସାଇବର ଥାନା। ଭୁବନେଶ୍ୱର, ବାଲେଶ୍ୱର ଏବଂ ଜୟପୁରରେ ସାଇବର ଥାନା ପ୍ରତିଷ୍ଠା କରାଯିବା ନେଇ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଆଜି ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ଆୟୋଜିତ ୩ଦିନିଆ ସାଇବର ତଦନ୍ତ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ଅବସରରେ ଡିଜିପି ଏହି ସୂଚନା ଦେଇଛନ୍ତି। ଏହାସହ ରାଜ୍ୟରେ ସାଇବର ମାମଲା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ତେଣୁ ସାଇବର ଥାନା ବଢ଼ିବା ସହ ତଦନ୍ତ ଅଧିକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ ବୋଲି ପୁଲିସ୍‌ ଡିଜି କହିଛନ୍ତି।

Advertisement