Thursday, August 20, 2026
ADVERTISEMENT
Home ଜିଲ୍ଲା କଟକ କଟକ ବାଲିଯାତ୍ରା ପଥ ଉତ୍ସବ ସହ ଲୋକେ ନେଇପାରିବେ ବୋଟିଂର ମଜା

କଟକ ବାଲିଯାତ୍ରା ପଥ ଉତ୍ସବ ସହ ଲୋକେ ନେଇପାରିବେ ବୋଟିଂର ମଜା

541
ADVERTISEMENT

କଟକ ,୧୮/୧୦(ଡି.ଏଚ) : ଚଳିତବର୍ଷ କଟକ ବାଲିଯାତ୍ରାକୁ ଭିନ୍ନ ଢଙ୍ଗରେ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଏଠାରେ ଲୋକଙ୍କୁ ଯେଭଳି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସେ ନେଇ ଗୁରୁବାର ବାଲିଯାତ୍ରା ପଡ଼ିଆ ବୁଲି ତଦାରଖ କରିଛନ୍ତି ଜିଲାପାଳ ଭବାନୀ ଶଙ୍କର ଚୟନୀ ଏବଂ କଟକ ମହାନଗର ନିଗମ (ସିଏମ୍‌ସି) କମିଶନର ଅନନ୍ୟା ଦାସ। ବାଲିଯାତ୍ରାରେ ପ୍ରଥମଥର ପାଇଁ ପଥ ଉତ୍ସବ କରାଯିବା ନିମନ୍ତେ ରୋଡ୍‌ମ୍ୟାପ ପ୍ରସ୍ତୁତ କରାଯାଇଛି। ଚଳିତବର୍ଷ ବାଲିଯାତ୍ରାରେ ସକାଳ ପ୍ରାୟ ସାଢେ ୬ରୁ ୯ଟା ପର୍ଯ୍ୟନ୍ତ ପଥ ଉତ୍ସବ ପାଳନ ହେବ। କଳାକାରମାନେ ନିଜ କଳା ଦେଖାଇବା ସହ ସାଇକେଲିଂ ଓ ସ୍କେଟିଂର ମଜା ନେଇପାରିବେ କଟକବାସୀ। ବାଲିଯାତ୍ରାରେ ଜିଲା ପ୍ରଶାସନ ସମେତ କଟକ ମହାନଗର ନିଗମର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ବାଲିଯାତ୍ରାରେ ବିଭିନ୍ନ ଜିଲାର ଲୋକଙ୍କ ସମାଗମ ହୋଇଥାଏ। ସେମାନଙ୍କ ସୁବିଧା ପାଇଁ ଟଏଲେଟ, ପାର୍କିଂ, ପିଇବାପାଣି, ରାସ୍ତା ନିର୍ମାଣ, ସଫେଇ, ଖାଦ୍ୟର ମାନ ଯାଞ୍ଚ କରିବା ଆଦି ଦାୟିତ୍ୱ ସିଏମ୍‌ସି ଉପରେ ନ୍ୟସ୍ତ କରାଯାଇଛି। ବାଲିଯାତ୍ରାରେ ଖାଦ୍ୟର ମାନ ଯାଞ୍ଚ ପାଇଁ ୪ଟି ଟିମ୍‌ ଗଠନ କରାଯିବ। ଚଳିତବର୍ଷ ଦୁଇଟି ପୋଖରୀ ନିର୍ମାଣ କରାଯାଇ କଟକବାସୀଙ୍କ ପାଇଁ ବୋଟିଂର ବ୍ୟବସ୍ଥା କରାଯିବ। ଏ ନେଇ ଜିଲାପାଳ କହିଛନ୍ତି, ସ୍ଥାନୀୟ କଳାକାର ଓ ବାଲିଯାତ୍ରାରେ ରୁଚି ରଖୁଥିବା ସଙ୍ଗଠନକୁ ବାଲିଯାତ୍ରାରେ ସାମିଲ କରାଯିବ।

Advertisement