Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ଗଜାନନ ବେଶ ଧାରଣ କଲେ ତିନି ଠାକୁର

ଗଜାନନ ବେଶ ଧାରଣ କଲେ ତିନି ଠାକୁର

683
ADVERTISEMENT

ପୁରୀ, ୧୭/୬(ଡି.ଏଚ.ବି): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ୧୦୮ ଗରା ସୁବାସିତ ଜଳରେ ଆଜି ଶ୍ରୀଜିଉ ଭକ୍ତଙ୍କ ମେଳାରେ ସ୍ନାନ କରିଛନ୍ତି। ତେବେ ଏହି ସ୍ନାନ କାର୍ଯ୍ୟ ଶେଷ ହେବା ପରେ ତିନି ଠାକୁର ଗଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କ ଏହି ଗଜାନନ ବେଶ ଦେଖିବା ପାଇଁ ପୁରୀ ଶୀକ୍ଷେତ୍ରରେ ଭକ୍ତଙ୍କ ଭିଡ ବର୍ତ୍ତମାନ ଲାଗି ରହିଛି। ପାଗ ବି ଶୁଖିଲା ଥିବା ହେତୁ ଧୀରେ ଧୀରେ ଭକ୍ତଙ୍କ ଭିଡ ବଢ଼ୁଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥା ନେଇ ବି ପ୍ରଶାସନ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛି।

ଆଜି ମଧ୍ୟାହ୍ନ ପ୍ରାୟ ୧. ୧୫ ମିନିଟ୍‌ରେ ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ମହାସ୍ନାନ ଆରମ୍ଭ ହୋଇଥିଲା। ବଳଭଦ୍ରଙ୍କୁ ୩୩ଗରା, ଜଗନ୍ନାଥଙ୍କୁ ୩୫ଗରା, ଦେବୀ ସୁଭଦ୍ରାଙ୍କୁ ୨୨ଗରା ତଥା ଚକ୍ରରାଜ ସୁଦର୍ଶନଙ୍କୁ ୧୮ଗରା ସୁବାସିତ ଜଳରେ ମହାସ୍ନାନ କରାଯାଇଛି।

Advertisement