ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

1128
ADVERTISEMENT

ଭୁବନେଶ୍ୱର, ୧୭/୬(ଡି.ଏଚ.ବି): ବର୍ଷକରେ ଗୋଟିଏ ଦିନ ପବିତ୍ର ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ ଜଳ ସ୍ନାନ କରାଯାଇଥାଏ । ଅନ୍ୟ ଦିନ ମାନଙ୍କରେ ମନ୍ତ୍ର ସ୍ନାନ କରିଥାନ୍ତି ମହାପ୍ରଭୁ । ଆଜି ଶ୍ରୀଜିଉ ୧୦୮ ଗରା ଜଳରେ ମହାସ୍ନାନ କରିବାପରେ ଜ୍ୱରରେ ପଡ଼ିବେ । ଏହା ପରେ ତାଙ୍କୁ ଅଣସର ଘରେ ନେଇ ରଖାଯିବ । ଏହି ସମୟରେ ଶ୍ରୀମନ୍ଦିରରେ ତାଙ୍କ ପଟ୍ଟଚ୍ଚିତ୍ରକୁ ପୂଜା କରାଯିବ । ଅଣସରଘରେ ତାଙ୍କୁ ବିଭିନ୍ନ ଉପଚାର କରାଯାଇ ତାଙ୍କର ଦେହ ଭଲ କରାଯିବ । ପରେ ସେ ରଥଯାତ୍ରାରେ ରଥରେ ଚଢି ନିଜ ମାଉସୀ ଘରକୁ ବୁଲିଯିବେ ।

ତେବେ, ଏହି ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟର ମାଧ୍ୟମରେ ଆଜି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ‘ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କୃପା ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଦେଉ’ ବୋଲି ଏହି ଅବସରରେ ସେ କହିଛନ୍ତି ।

ସେହିପରି, କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ମଧ୍ୟ ଟ୍ୱିଟ୍‌ କରି ଓଡ଼ିଶାବାସୀଙ୍କୁ ଏହି ଅବସରରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

Advertisement