Tuesday, September 8, 2026
ADVERTISEMENT
Home Uncategorized ଆଜି ଦେଶବ୍ୟାପୀ ଡାକ୍ତରଙ୍କ ହରତାଳ

ଆଜି ଦେଶବ୍ୟାପୀ ଡାକ୍ତରଙ୍କ ହରତାଳ

ଡାକ୍ତରଙ୍କ ସର୍ତ୍ତକୁ ମମତାଙ୍କ ପ୍ରତ୍ୟାଖ୍ୟାନ

608
ADVERTISEMENT

ନୂଆଦିଲ୍ଲୀ, ୧୭/୬(ଡି.ଏଚ.ବି): ପଶ୍ଚିମବଙ୍ଗର କୋଲକାତା ସ୍ଥିତ ନୀଲରତ୍ନ ସରକାରୀ ମେଡିକାଲ କଲେଜର ଜଣେ କନିଷ୍ଠ ଡାକ୍ତରଙ୍କୁ ଆକ୍ରମଣପରେ ବିବାଦ ଏବେ ସାରା ଦେଶକୁ ବ୍ୟାପିଛି। ପରିଣାମ ସ୍ୱରୂପ ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ(ଆଇଏମ୍‌ଏ)ର ଡାକ୍ତରମାନେ ଆଜି ଦେଶବ୍ୟାପୀ ୨୪ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି। ଧର୍ମଘଟ ସମୟରେ ସମସ୍ତ ଅଣ-ଜରୁରୀ ସେବା ବନ୍ଦ ରହିଥିବାବେଳେ ହସ୍ପିଟାଲଗୁଡ଼ିକରେ ସକାଳ ୬ଟାରୁ ଓପିଡି ବନ୍ଦ ରହିଛି। ଏହି ଆନ୍ଦୋଳରେ ଘରୋଇ ଡାକ୍ତରଖାନାର ଡାକ୍ତରମାନେ ମଧ୍ୟ ସାମିଲ୍ ହୋଇଛନ୍ତି।

ତେବେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ ଡାକ୍ତରମାନଙ୍କ ଆଲୋଚନା ଆଜି ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି। ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ସମୟରେ ଗଣମାଧ୍ୟମ ଉପସ୍ଥିତି ନରହିଲେ ବୈଠକ ହୋଇପାରିବ ନାହିଁ ବୋଲି ଆଇଏମଏ ଆଜି ସ୍ପଷ୍ଟ କରିଛି। ମୁଖ୍ୟମନ୍ତ୍ରୀ ଆଇଏମଏର ଏହି ସର୍ତ୍ତକୁ ପ୍ରତ୍ୟାଖ୍ୟାନ କରିବାରୁ ଆଜିର ବୈଠକ ବାତିଲ୍ ହୋଇଯାଇଥିବା ସୂଚନା ମିଳିଛି। ଆନ୍ଦୋଳନରେ କିନ୍ତୁ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ଡାକ୍ତରମାନେ ସାମିଲ ହୋଇନାହାନ୍ତି।

Advertisement