Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ପୁରୀ ସିଂହଦ୍ୱାରରେ ପୁନଃସ୍ଥାପିତ ହେଲେ ଜୟ ବିଜୟ

ପୁରୀ ସିଂହଦ୍ୱାରରେ ପୁନଃସ୍ଥାପିତ ହେଲେ ଜୟ ବିଜୟ

329
ADVERTISEMENT

ପୁରୀ, ୧୭/୬(ଡି.ଏଚ.ବି): ବାତ୍ୟା ‘ଫନି’ ପ୍ରଭାବରେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ପ୍ରବେଶ ପଥରେ ଲାଗିଥିବା ଜୟ ବିଜୟ ମୂର୍ତ୍ତି ଭାଙ୍ଗିଯାଇଥିଲା। ଏହା ପରେ ପୁଣି ସେହି ମୂର୍ତ୍ତି ସ୍ଥାପନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ସ୍ନାନଯାତ୍ରା ପୂର୍ବରୁ ଏସଏସଆଇ ନୂଆଁ ଜୟ ବିଜୟ ମୂର୍ତ୍ତି ଲଗାଇ ଦେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ପୂର୍ବରୁ ସୂଚନା ଦେଇଥିଲେ। ମାତ୍ର ୧୬ ତାରିଖ ବିଳମ୍ବିତ ରାତିରେ ଯାଜପୁରରୁ ଆସି ମୂର୍ତ୍ତିଦ୍ୱୟ ପୁରୀରେ ପହଞ୍ଚିଥିଲା। ଆଜି ସକାଳେ ଏହି ମୂର୍ତ୍ତିଦ୍ୱୟକୁ ସିଂହଦ୍ୱାର ପ୍ରବେଶପଥରେ ସ୍ଥାପନ କରାଯାଇଛି।

ସୂଚନାଥାଉକି, ପୂର୍ବରୁ ଜୟ ବିଜୟ ମୂର୍ତ୍ତି ସିମେଣ୍ଟରେ ତିଆରି ହୋଇଥିଲା। କିନ୍ତୁ ନୂଆରେ ଲାଗିଥିବା ମୂର୍ତ୍ତିଟି ଖଣ୍ଡେଲାଇଟ୍‌ ପଥରରେ ତିଆରି କରାଯାଇଛି। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଶୁଖୁଆପଡ଼ାର ନିର୍ମଳ ମହାରଣା ନାମକ ଜଣେ ଶିଳ୍ପୀ ଏହି ମୂର୍ତ୍ତିଦ୍ବୟକୁ ନିର୍ମାଣ କରିଛନ୍ତି।

Advertisement