Thursday, September 24, 2026
ADVERTISEMENT
Home ଗଜପତି ଦୁଇ ନାବଳକଙ୍କୁ ଚେଙ୍କ ଦେବାରେ ଜଣେ ଗିରଫ

ଦୁଇ ନାବଳକଙ୍କୁ ଚେଙ୍କ ଦେବାରେ ଜଣେ ଗିରଫ

285
ADVERTISEMENT

ଦୁଇ ନାବଳକଙ୍କୁ ଚେଙ୍କ ଦେବାରେ ଜଣେ ଗିରଫ

ପାରଳାଖେମୁଣ୍ଡି, ୧୪/୧୦(ଡି.ଏଚ/ପ୍ରଭାତ ପାତ୍ର ) : ପାରଳାଖେମୁଣ୍ଡି ସହରର ସଞୟ ଗାନ୍ଧୀ କଲୋନୀରେ ଘଟିଛି ଏକ ଅଭନୀୟ ଘଟଣା। ଘର ବାହାରେ ଖେଳୁଥିବା ଦୁଇଜଣ ନାବାଳକଙ୍କୁ ଟି. ଲୋକ୍ ନାମକ ବ୍ୟକ୍ତି ଡାକିନେଇ ଲୁହା ଗରମ କରି ଦୁଇ ନାବଳକଙ୍କୁ ଗୁପ୍ତାଙ୍ଗକୁ ଚେଙ୍କ ଦେଇଛି। ସେହି ଦୁଇ ନାବଳକଙ୍କ ବୟସ ୬ ଓ ୭ ବର୍ଷ । ନାବଳକ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏପଟେ ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି ।
ସୂଚନା ଅନୁସାରେ ଚଳିତ ମାସ ୯ ତାରିଖ ପୂର୍ବାହ୍ନ ପ୍ରାୟ ୧୧ ଘଣ୍ଟା ସମୟରେ ପ୍ରତିଦିନ ଭଳି ଦୁଇ ଭାଇ ଘର ବାହାରେ ଖେଳୁଥିଲେ । ଏହି ସମୟରେ ପୋଡସି ଟି. ଲୋକୁ ନିଜ ଘରକୁ ଡାକି ନେଇ ଲୁହା ଗରମ କରି ଉଭୟଙ୍କ ଗୁପ୍ତାଙ୍ଗରେ ଚେଙ୍କ ଦେଇଥିଲା । ଏ ସମ୍ପର୍କରେ ସେମାନେ ସମସ୍ତ କଥା ବାପା ଓ ମାଙ୍କୁ ଜଣାଇଥିଲେ । ତେବେ ସମ୍ପୃକ୍ତ ଦୁଇ ନାବଳକଙ୍କ ବାପା ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୀଡିତ ନାବଳକ ଘଟଣା ସମ୍ପର୍କରେ କିଛି ସ୍ପଷ୍ଟଭାବେ କରିପାରୁନାହାନ୍ତି। ତେଣୁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛନ୍ତି, ବୋଲି ଆଜି ଆଦର୍ଶ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି।

Advertisement