ଜନ୍ମ ନେଲା ଏକ ବିଚିତ୍ର ଶିଶୁ; ପୁଅ କି ଝିଅ ଜଣାପଡୁନି

191
ADVERTISEMENT

କଳାହାଣ୍ଡି, ୧୬/୫(ଡିଏଚବି): ଆଜି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ୍ ଅନ୍ତର୍ଗତ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ବିଚିତ୍ର ଶିଶୁ ଜନ୍ମ ହୋଇଛି । ଶିଶୁଟିର ଅଣ୍ଟା ପାଖରୁ ପାଦ ପର୍ଯ୍ୟନ୍ତ ଯୋଡି ହୋଇରହିଛି । ଫଳରେ ଜନ୍ମିତ ଶିଶୁଟି ପୁଅ କି ଝିଅ ତାହା ସ୍ପଷ୍ଟ ଭାବେ ଜଣାପଡୁନି ।

ସୂଚନା ଅନୁଯାୟୀ, ଧର୍ମଗଡ଼ ବ୍ଲକ କଦଳୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ହାତିପଖାନ ଗ୍ରାମର ତ୍ରିପାଲ ଖର୍ସେଲଙ୍କ ସ୍ତ୍ରୀ ଜୟନ୍ତୀଙ୍କୁ ପ୍ରସବ ବେଦନା ହେବାରୁ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଆଜି ସକାଳେ ସେ ଏକ ଶିଶୁ ଜନ୍ମ ଦେଇଥିଲେ, ଯାହାର ଅଣ୍ଟା ପାଖରୁ ପାଦ ପର୍ଯ୍ୟନ୍ତ ଯୋଡି ହୋଇରହିଛି । ଜନ୍ମ ପରେ ଶିଶୁ ସହ ପ୍ରସୂତିଙ୍କୁ ଧର୍ମଗଡ଼ ସ୍ଥିତ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତେବେ, ଶିଶୁଟି ସୁସ୍ଥ ଥିବା ଜଣାପଡିଛି ।

Advertisement