ଭୁବନେଶ୍ୱର, ୧୬/୫(ଡିଏଚବି): ଓଡ଼ିଶା ଆଡ଼େ ମୁହାଁଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ! ଏବେ ସକ୍ରିୟ ହୋଇ ଉତ୍ତର ପୂର୍ବ ବଙ୍ଗୋପସାଗର ଉପର ଦେଇ। ୧୭ ତାରଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଉତ୍ତର ପୂର୍ବ ବଙ୍ଗୋପସାଗର ହେଇ ଦକ୍ଷିଣ ଓଡ଼ିଶା ମଧ୍ୟଦେଇ ରାଜ୍ୟକୁ ପ୍ରବେଶ କରିବା ସହ ୧୮ ତାରିଖ ରାତି ସୁଦ୍ଧା ଉପକୂଳ ଓଡ଼ିଶାରେ ପହଞ୍ଚି ମୌସୁମୀ ବର୍ଷା କରାଇବ ବୋଲି ରାଜ୍ୟ ପାଣିପାଗ ବିଶାରଦବିତ୍ମାନେ କହିଛନ୍ତି। ଅନ୍ୟପଟେ ରାଜ୍ୟର ବହୁ ସ୍ଥାନରେ ଆଜି ପ୍ରାକ୍-ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବା ଜାଣିବାକୁ ମିଳିଛି।
ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଅପରାହ୍ଣରେ ଜାରି ଏକ ବୁଲେଟିନ୍ରେ କୁହାଯାଇଛି ଯେ, ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। କାଳବୈଶାଖୀ ସମୟରେ ଏହି ସମସ୍ତ ଜିଲ୍ଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭବନା ରହିଥିବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର।