Friday, November 6, 2026
ADVERTISEMENT
Home ମୁଖ୍ୟ ଖବର 5T ସଚିବ ଭି.କାର୍ତ୍ତିକେୟନ ପଣ୍ଡିଆନଙ୍କ ରାୟଗଡା ଗସ୍ତ। ଜିଲ୍ଲାମୁଖ୍ୟ ଚିକିତ୍ସାଲୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ସମୀକ୍ଷା

5T ସଚିବ ଭି.କାର୍ତ୍ତିକେୟନ ପଣ୍ଡିଆନଙ୍କ ରାୟଗଡା ଗସ୍ତ। ଜିଲ୍ଲାମୁଖ୍ୟ ଚିକିତ୍ସାଲୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ସମୀକ୍ଷା

545
ADVERTISEMENT

ରାୟଗଡା,୧୧/୧୦(ଡି.ଏଚ/ସୁଶାନ୍ତ ମହାରଣା ) : ରାଜ୍ୟ ସରକାର ଶାସନରେ ସ୍ୱଚ୍ଛତା ଆଣିବା ପାଇଁ ‘ମୋ ସରକାର’ ଯୋଜନା ମlଧ୍ୟମରେ ପାଞ୍ଚଟି କାର୍ଯ୍ୟକ୍ରମ ପ୍ରଣୟନ କରିଥିବା ବେଳେ ଆଜି ଏହାର ସମୀକ୍ଷା କରି ପାଇଁ 5Tର ସଚିବ ଭି.କାର୍ତ୍ତିକେୟନ ପଣ୍ଡିଆନ ସ୍ୱାସ୍ଥ୍ୟ ମିଶନର ସଚିବ ସାମିଳି ପଣ୍ଡିତ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦାତା ବାଲ କ୍ରିଷ୍ଣାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଂହଁଞ୍ଚୀ ମୋସରକାର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି l ପ୍ରଥମେ ସେ ରୋଗୀ ମାନଙ୍କ ସହ ମିଶି ସ୍ୱାସ୍ଥ୍ୟସେବା ସଂପର୍କରେ ପଚାରି ବୁଝିଥିଲେ।ଏହା ପରେ ଜିଲ୍ଲାପାଳ ଓ ସିଡ଼ିଏମଓଙ୍କ ସହ ଜିଲ୍ଲା ସ୍ୱାସ୍ଥ ଭିତିଭୂମିକୁ ନେଇ ଆଲୋଚନା କରିବା ସହ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାପାଇଁ ସଚିବ ପଣ୍ଡିଆନ ପରାମର୍ଶ ଦେଇଥିଲେ । ବିଶେଷ କରି ଗ୍ରାମାଞ୍ଚଳରେ ଷ୍ଟାଫ ମାନଙ୍କ ରହିବା ପାଇଁ କ୍ୱାଟର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସମ୍ପର୍କୀୟଙ୍କ ପାଇଁ ଆଶ୍ରୟ ସ୍ତଳୀ ଓ ପାର୍କିଂ ବ୍ୟବସ୍ଥା ତୁରନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Advertisement