Saturday, September 26, 2026
ADVERTISEMENT
Home ମନୋରଞ୍ଜନ ‘ୱାର୍’ ଫିଲ୍ମ ତିନି ଖାନ ଙ୍କୁ ପଛରେ ପକାଇ ରଚିଲା ଇତିହାସ, ଦେଖନ୍ତୁ ଫିଲ୍ମର ମୋଟ...

‘ୱାର୍’ ଫିଲ୍ମ ତିନି ଖାନ ଙ୍କୁ ପଛରେ ପକାଇ ରଚିଲା ଇତିହାସ, ଦେଖନ୍ତୁ ଫିଲ୍ମର ମୋଟ ଆୟ କେତେ

808
ADVERTISEMENT

ମୁମ୍ବାଇ,୫ା୧୦(ଡି. ଏଚ ) : ଅଭିନେତା ଟାଇଗର ଶ୍ରଫ ଓ ହୃତିକ ରୋଶନ ଙ୍କ ଫିଲ୍ମ ‘ୱାର୍’ ବକ୍ସ ଅଫିସରେ ଆୟ ର ସବୁ ରେକର୍ଡ ଭାଙ୍ଗିଦେଇଛି । ମିଳିଥିବା ସୂଚନା ଅନୁସାରେ, ଅକ୍ଟୋବର ୨ ତାରିଖ ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ୱାର୍’ ପ୍ରଥମ ଦିନ, ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ୫୦ କୋଟି ଟଙ୍କା ଆୟ କରିଛି । କେବଳ ହିନ୍ଦୀ ଭର୍ସନରେ ଏତିକି ପରିମାଣର ଅର୍ଥ ମିଳିଛି, ତେବେ ଅନ୍ୟ ଭାଷାର ବ୍ୟବସାୟକୁ ମିଶାଇଲେ ଏହାର ପରିମାଣ ୫୩.୩୫ କୋଟି ବୋଲି କୁହାଯାଉଛି । ଏହା ସହ ଦ୍ୱିତୀୟବ ଦିନରେ ମଧ୍ୟ ୨୩ କୋଟି ଟଙ୍କା ଆୟ କରିସାରିଛି । ଏହା ପୂର୍ବରୁ ପ୍ରଥମ ଦିନ ସବୁଠୁ ଅଧିକ ଆୟ କରିଥିବା ଅମିର ଖାନ ଙ୍କ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ଥାନ’ ଥିଲା । ଯିଏ ପ୍ରଥମ ଦିନ ୫୦.୭୫ କୋଟି ଟଙ୍କା ଆୟ କରିଥିଲା ।
ଏହା ପୂର୍ବରୁ ଶାହରୁଖ ଖାନ ଙ୍କ ଫିଲ୍ମ ‘ହେପି ନ୍ୟୁ ୟର’ ପ୍ରଥମ ଦିନରେ ୪୨.୬୨ କୋଟି ଟଙ୍କା ଓ ସଲମାନ ଖାନ ଙ୍କ ଫିଲ୍ମ ‘ଭାରତ’ ପ୍ରଥମ ଦିନରେ ୪୨.୩ କୋଟି ଟଙ୍କା କଲେକ୍ସନ କରିଥିଲା । ଫିଲ୍ମ ‘ୱାର’ ୨୦୧୯ ର ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ହୋଇପାରିବ, ଏମିତି କହିବା ଏବେ ଉଚିତ ହେବନାହିଁ କିନ୍ତୁ ଏହି ଫିଲ୍ମକୁ ମିଳୁଥିବା ଜବରଦସ୍ତ ପବ୍ଲିସିଟୀ କୁ ଦେଖି କୁହାଯାଇପାରିବ କି ଏହି ଫିଲ୍ମର ଆୟ ସବୁ ରେକର୍ଡ ଭାଙ୍ଗିପାରିବ ।

Advertisement